ଏପ୍ରିଲ ୨୦ରେ କରୋନା ଯୋଦ୍ଧାଙ୍କ ପାଇଁ ସ୍ଲୋଗାନ ଦେବାକୁ ଅମରିନ୍ଦରଙ୍କ ଆହ୍ୱାନ

ଲୁଧିଆନା: କରୋନା ଭାଇରସ୍ ସହିତ ଲଢ଼ୁଥିବା କରୋନା ଯୋଦ୍ଧାମାନଙ୍କ ସହ ଏକତା ପ୍ରଦର୍ଶନ କରିବା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସରକାରଙ୍କୁ ସମର୍ଥନ କରିବା ପାଇଁ ପଞ୍ଜାବ କଂଗ୍ରେସ, ପିଏମ ମୋଦିଙ୍କ ‘ଥାଳି ବଜାଓ’ କାର୍ଯ୍ୟକ୍ରମ ପରି ଏପ୍ରିଲ ୨୦ ରେ ସନ୍ଧ୍ୟା ୬ଟା ସମୟରେ ‘ଜୟଗୋଶ ଦିବସ’ ପାଳନ କରିବାକୁ ଘୋଷଣା କରିଛନ୍ତି। ପଞ୍ଜାବ କଂଗ୍ରେସ ଏପ୍ରିଲ ୨୦ରେ ଘରେ ରହି ‘ଜୋ ବୋଲେ ସୋ ନିହାଲ’ ଏବଂ ‘ହର-ହର ମହାଦେବ’ର ସ୍ଲୋଗାନ ଦେବାକୁ ଲୋକଙ୍କୁ ନିବେଦନ କରିଛି। ପଞ୍ଜାବ କଂଗ୍ରେସ କମିଟିର ସଭାପତି ସୁନୀଲ ଜାଖଡ କହିଛନ୍ତି ଯେ ଆମେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱରେ କରୋନା ବିରୋଧରେ ଲଢ଼ିବୁ ଏବଂ କରୋନା ଭାଇରସ ପ୍ରଭାବକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବୁ।

କରୋନା ସଙ୍କଟକୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରିଲିଫ ପ୍ୟାକେଜ୍ ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ଜରୁରୀକାଳିନ ସେବାରେ ନିୟୋଜିତ ଥିବା ପୋଲିସ୍, ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏପ୍ରିଲ୍ ୨୦, ସନ୍ଧ୍ୟା ୬ଟା ସମୟରେ ଘର ଭିତରେ ରହି ‘ଜୋ ବୋଲେ ସୋ ନିହାଲ୍’ ଏବଂ ‘ହର-ହର ମହାଦେବ’ ସ୍ଲୋଗାନ ଦେବା ଅପିଲ୍‌ କରିଛନ୍ତି।

 

 

You might also like