ଓଡ଼ିଶା, ପଶ୍ଚିମବଙ୍ଗ ପରେ ବାଂଲାଦେଶରେ ତାଣ୍ଡବ ରଚିଲା ‘ଅମ୍ପନ’, ୭ ମୃତ

ଢାକା: ଶକ୍ତିଶାଳୀ ଅମ୍ପନ ମଙ୍ଗଳବାର ଓଡ଼ିଶାରେ ତା’ର କରାଳ ରୂପ ଦେଖାଇବା ପରେ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ଅମ୍ପନ ଏଠାରେ ୮୪ ଜୀବନ ନେବା ସହ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି ଦୁଇ ରାଜ୍ୟରେ ବିପର୍ଯ୍ୟୟ ସୃଷ୍ଟି କରିବା ପରେ ଅମ୍ପନ ବୁଧବାର ଅପରାହ୍ନରେ ବାଂଲାଦେଶରେ ପହଞ୍ଚି ସେଠାରେ ମଧ୍ୟ ତାଣ୍ଡବ ରଚିଛି।

୨୦୦୭ରେ ଢାକାରେ ବାତ୍ୟା ‘ସିଦ୍ର’ ପ୍ରଳୟ ସୃଷ୍ଟି କରିଥିଲା। ଏହି ବାତ୍ୟାରେ ପ୍ରାୟ ୩୫୦୦ ଲୋକଙ୍କ ଜୀବନ ଯାଇଥିଲା। ଏହା ପରେ ଅମ୍ପନ ବଂଲାଦେଶରେ ସୃଷ୍ଟି କରିଛି ପ୍ରଳୟ। ଅମ୍ପନ ଯୋଗୁ ବାଂଲାଦେଶର ଉପକଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିସହିତ ଖାଲୁଆ ଜାଗା ବୁଡ଼ିଯିବା ସହ ବହୁ ଗଛ  ଉପୁଡ଼ି ପଡ଼ିଛି। ଅନେକ କୋଠା ଭୂଶୁଡି ପଡ଼ିଛି।

ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଏଠାରେ ଅମ୍ପନ ପ୍ରଭାବରେ ଅତି କମ୍‌ରେ ଘଣ୍ଟାପ୍ରତି୧୬୦ରୁ ୧୮୦ କିମି ବେଗରେ ପବନ ବହୁଛି। ବୁଧବାର ସନ୍ଧ୍ୟାରେ ଅମ୍ପନ ବାଂଲାଦେଶ ଅତିକ୍ରମ କରିଛି।

You might also like