ଭେଷଜ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା

ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨ ଜଣ ଭେଷଜ ବିଜ୍ଞାନୀ ଜେମ୍‌ସ ପି.ଅାଲିସନ ଓ ତାସୁକୁ ହୋଞ୍ଜୋ ମିଳିତ ଭାବେ ଏହି ପୁରସ୍କାର ପାଇବେ। କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଏଇ ଦୁଇ ଭେଷଜ ବିଜ୍ଞାନୀ ନୋବେଲ ପାଇବେ ବୋଲି ସୂଚନା ମିଳିଛି ।

ଅାମେରିକାର ପ୍ରଫେସର ଅାଲିସନ୍ ଟେକ୍ସାଲ ୟୁନିଭର୍ସିଟିର ଅାଣ୍ଡରସନ୍ କ୍ୟାନସର ସେଣ୍ଟରରେ ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ତାସୁକୁ ହାଞ୍ଜୋ କ୍ୟୋଟୋ ବିଶ୍ୱ ବିଦ୍ୟାଳୟରେ ଗତ ୩୪ବର୍ଷ ହେଲା ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

 

You might also like