ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ କହିଲେ, ‘ମୁଁ ରେଡ୍ କିମ୍ବା ବ୍ଲୁ ନୁହେଁ  କେବଳ ୟୁନାଇଟେଡ୍ ଷ୍ଟେଟ୍ସ ଦେଖିବି‘

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍ । ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ପ୍ରଥମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଜୋ ବାଇଡେନ୍ ଓ କମଲା ହାରିସ ନିର୍ବାଚିତ ହେବା ପରେ ଏବେ ହଜାର ହଜାର ଡେମୋକ୍ରାଟିକ୍ ସମର୍ଥକ ରାସ୍ତା ଉପରକୁ ଆସି ଖୁସି ମନାଉଛନ୍ତି ।

ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆମେରିକା ବାସୀ ଏକ ସ୍ପଷ୍ଟ ଜନମତ ଦେଇଛନ୍ତି । ଏହି ବିଜୟ ଜନସାଧାରଣଙ୍କର । ଚଳିତବର୍ଷ ରେକର୍ଡ ୭୪ ମିଲିୟନ ଭୋଟରଙ୍କ ସମର୍ଥନ ମିଳିଥିବା ବାଇଡେନ କହିଛନ୍ତି ।

ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ମ୍ୟାଜିକ୍‌ ନମ୍ବର ୨୭୦ ଥିବାବେଳେ ବାଇଡେନ ପାଇଛନ୍ତି ୨୯୦ ଏବଂ ଡୋନାଲ୍ଡ ଟ୍ରମ୍ପ ପାଇଛନ୍ତି ମାତ୍ର ୨୧୩।

ଆଗାମୀ ଦିନରେ ଦେଶକୁ ଏକତାସୂତ୍ରରେ ବାନ୍ଧି ରଖିବା ପାଇଁ ସେ ଉଦ୍ୟମ କରିବେ । ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ବିଭେଦକୁ ଦୂର କରିବାକୁ ସେ ଚେଷ୍ଟା କରିବେ। ରେଡ୍ ଷ୍ଟେଟ୍ କିମ୍ବା ବ୍ଲୁ ଷ୍ଟେଟ୍ ନୁହେଁ,  ସେ କେବଳ ୟୁନାଇଟେଡ୍ ଷ୍ଟେଟ୍ସ ଦେଖିପାରୁଛନ୍ତି ବୋଲି ଜୋ ବାଇଡେନ୍ କହିଛନ୍ତି।

ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏହି ଦେଶର ଜନତା ମୋତେ ସ୍ପଷ୍ଟ ଜନମତ ଦେଇଛନ୍ତି। ଆମେ ଆମରିକା ରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ଭୋଟ ପାଇ ଜିତିଛୁ। ବାଇଡେନ ତାଙଖ୍କର ସମ୍ବୋଧନରେ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ମଧ୍ୟ ନେଇଥିଲେ। ସେ କହିଥିଲେ, ଯେଉଁମାନେ ଟ୍ରମ୍ପଙ୍କୁ ଭୋଟ ଦେଇଥିଲେ ସେମାନେ ଏବେ ନୈରାଶ୍ୟ ମଧ୍ୟରେ ଥିବେ। ଆସନ୍ତୁ, ଏବେ ଜଣେ ଜଣଙ୍କୁ ସୁଯୋଗ ଦେବା। ଏବେ ସମୟ ଆସିଛି, କଡା କଥା ଏବଂ ବାକ୍‌ ପଟୁତାକୁ ଦୂରେଇ ରଖିବା। କମ୍‌ କଥା କହିବା। ଆମ ପରସ୍ପରକୁ ଦେଖିବା, ପରସ୍ପରର କଥା ପୁଣି ଥରେ ଶୁଣିବା ।

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

You might also like