ଦୀପାବଳି ପାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍‌ର ହ୍ୱାଇଟ୍‌ହାଉସ୍‌ରେ ଦୀପାବଳି ପାଳିଛନ୍ତି। ସେ ନେଜେ ଦୀପ ଲଗାଇବାର ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି।

ସେ ଏହି ଟ୍ୱିଟ୍‌ରେ ଲେଖିଛନ୍ତି, “ଦୀପାବଳି ଆରମ୍ଭ ହୋଇଯାଇଛି। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ମୁଁ ଏହି ଆଲୋକ ଉତ୍ସବର ଅଭିନନ୍ଦନ ଜଣାଉଛୁ। ସମସ୍ତ ଆନନ୍ଦର ଏହି ଉତ୍ସବ ମନାନ୍ତୁ। ଦୀପବଳିର ଶୁଭେଚ୍ଛା।”

ଏକ ବିବୃତିରେ ଟ୍ରମ୍ପ କହିଛନ୍ତି, “ଶହଶହ ହିନ୍ଦୁ, ଜୈନ୍‌, ଶିଖ୍‌ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ନକାରାତ୍ମକ ଶକ୍ତି ଉପରେ ସକାରାତ୍ମକ ଶକ୍ତିର, ଭଲ ଉପରେ ଖରାପର ଏବଂ ଅଜ୍ଞତା ଉପରେ ଜ୍ଞାନର ବିଜୟ ଉତ୍ସବ ମନାଇବାର ସୁଯୋଗ। ଏହି ପବିତ୍ର ସମୟରେ ଏହି ଧର୍ମ ବିଶ୍ୱାସୀମାନେ ପ୍ରାର୍ଥନା କରିଥା’ନ୍ତି, ଦୀପ ଏବଂ ଆଲୋକ ଜଳାଇଥା’ନ୍ତି। ଏଥିସହ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ପାରମ୍ପରିକ ଭୋଜି ଏବଂ ଅନ୍ୟ ଉତ୍ସବ ମନାଇଥା’ନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ମୋ ପ୍ରଶାସନ ଆମ ସମ୍ବିଧାନ ଅନୁଯାୟୀ ସମସ୍ତଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିବ। ଏହାଦ୍ୱାରା ଲୋକଙ୍କୁ ନିଜ ବିଶ୍ୱାସ ଅନୁଯାୟୀ ପୂଜା ଆରାଧନା କରିବା ପାଇଁ ଦିଆଯାଇଥାଏ।”

You might also like