• translate
Odishatv Bureau

ନୂଆଦିଲ୍ଲୀ: ଭାରତର ସାର୍ବଭୌମତ୍ୱ ରକ୍ଷା କରାଯିବା ପ୍ରୟାସକୁ ଆମେରିକା ସମର୍ଥନ ଜଣାଇଛି।  ଗଲୱାନ୍ ଘାଟିରେ ସହିଦ ହୋଇଥିବା ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ।

ସୀମାରେ ଦେଖାଦେଇଥିବା ଉତ୍ତେଜନା ଓ ଏହାକୁ ପ୍ରତିହତ କରିବା ପାଇଁ ଭାରତର ପ୍ରୟାସ ସମର୍ଥନ ଜଣାଇବା ସହିତ ଭାରତ ପ୍ରତି ଆମେରିକାର ଅକୁଣ୍ଠିତ ସମର୍ଥନ ଥିବା କହିଛନ୍ତି ଆମେରିକାର ବୈଦେଶିକ ସଚିବ ପମ୍ପିଓ।

ଏହାଛଡ଼ା ଭାରତ- ଆମେରିକା ଭିତରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଦୁଇ ଦେଶର ସାମରିକ ଶକ୍ତି ବଢ଼ିବ। ଆଜି ଭାରତ-ଆମେରିକା ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରଣାଳୟର ଟୁ ପ୍ଲସ୍ ଟୁ ବୈଠକରେ ଏହି ଆଲୋଚନା ହୋଇଛି।

ଏସିଆ ମହାଦେଶରେ ଭାରତ ସହ ସାମରିକ ଅଭ୍ୟାସ ଦ୍ୱାରା ଦୁଇ ଦେଶର ସାମରିକ ଶକ୍ତି ବଢ଼ିଛି। ଆଗାମୀ ଦିନରେ ଏହାକୁ ନୂଆ ଦିଶା ମିଳିବ ବୋଲି ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆଜି ଟୁ ପ୍ଲସ୍ ଟୁ ବୈଠକ ପରେ ଉଭୟ ରାଷ୍ଟ୍ର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ଏହି ଆଲୋଚନା ପରେ ଉଭୟ ସଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ।

Other Stories