ଆମେରିକାରେ କରୋନା ସ୍ଥିତି ଜଟିଳ, ୯୪୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମହାମାରୀ କରୋନାର ଶକ୍ତି ପାଖରେ ହାର ମାନିଛି ଶକ୍ତିଶାଳୀ ଆମେରିକା। ଦେଶରେ ଦ୍ରୁତ ଗତିରେ ଏହି ଭାଇରସ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଆମେରିକାର ବିଶେଷଜ୍ଞ ଡାକ୍ତରମାନେ ଅସହାୟ ହୋଇପଡ଼ିଛନ୍ତି। କରୋନା ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ।

ଇତି ମଧ୍ୟରେ ଆମେରିକାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୯୪୪ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୬୪ ଜଣଙ୍କର ମୃତ୍ୟୁ ଘଟିବା ପରେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪୪ ଛୁଇଁଛି। ଯଦି ପରିସ୍ଥିତି ନିୟନ୍ତ୍ରଣକୁ ନ ଆସେ ତେବେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ସୂଚନା ଥାଉ କି, କରୋନାକୁ ନେଇ କଟକଣା ଜାରି କରାଯିବା ପରେ ବ ଏଠାରେ ୨୧ ଘଣ୍ଟା ମଧ୍ୟରେ ୧୧,୧୯୨ ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଏଠାରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପେନ୍‌ ଠାରୁ ଅଧିକ ହୋଇଛି। ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୯, ୫୧୫ ଥିବାବେଳେ ଆମେରିକାରେ ଏହି ସଂଖ୍ୟା ୬୬,୦୪୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମାତ୍ର ୩୯୪ ସୁସ୍ଥ ରହିଥିବାବେଳେ ୬୪, ୭୧୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିସ୍ଥିତ ହେଉଛନ୍ତି।

ସ୍ପେନକୁ ବଳିଗଲା ଆମେରିକାରେ ସ୍ଥିତି

ଆହୁରି ପଢ଼ନ୍ତୁ

You might also like