ଟ୍ରମ୍ପଙ୍କ ଫେସ୍‌ବୁକ୍‌, ଇନ୍‌ଷ୍ଟା, ଟ୍ୱିଟର ଆକାଉଣ୍ଟ ବ୍ଲକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍‌କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ ରୂପ ନେଇଛି।

ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଛି ।  ଅନେକ ଆହତ ମଧ୍ୟ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀ ମାନେ ସିନେଟରଙ୍କୁ ଉଦ୍ଧା କରିବା ସହ  ସମର୍ଥକଙ୍କୁ ବାହାର କରି ସଂସଦ ହଲକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି ।

ଇତି ମଧ୍ୟରେ ଟ୍ରମ୍ପଙ୍କ ହରକତ୍‌କୁ ଦେଖି ଟୁଇଟର, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ବଡ ପଦକ୍ଷେପ ନେଇଛନ୍ତି।  ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର  ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା  ପାଇଁ ସସ୍‌ପେଣ୍ଡ କରି ଦେଇଛନ୍ତି। ସେହପରି ଫେସ୍‌ବୁକ୍ ଟ୍ରମ୍ପଙ୍କ ପେଜ୍‌କୁ ୨୪ ଘଣ୍ଟା ପାଇଁ ବ୍ଲକ କରି ଦେଇଛି। ସେହିପରି ଇନ୍‌ଷ୍ଟ୍ରାଗ୍ରାମ ମଧ୍ୟ ୨୪ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛି।

ଅନ୍ୟପକ୍ଷେ ଟୁଇଟର ଚେତାବନୀ ଦେଇଛି, ଯଦି ଆଗକୁ ନିର୍ବାଚନକୁ ନେଇ ଟ୍ରମ୍ପ ଉତ୍ତେଜନା ଜାରି ରଖନ୍ତି ତେବେ ତାଙ୍କ ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ କରି ଦିଆଯିବ।

ଅନ୍ୟପକ୍ଷେ ଫେସବୁକ୍‌ ୨ଟି ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ଟ୍ରମ୍ପଙ୍କ ପେଜ୍‌କୁ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛି। ତାଙ୍କର ଏକ ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି। ଏହାର ଅର୍ଥ ଏବେ ଟ୍ରମ୍ପ ତାଙ୍କର ଆକାଉଣ୍ଟରେ କିଛି ପୋଷ୍ଟ କରିପାରିବେ ନାହିଁ।

ସୂଚନାଥାଉ କି,  ନିର୍ବାଚନ ଫଳାଫଳକୁ ନେଇ ଆମେରିକୀୟ ସଂସଦର ବୈଠକ ବେଳେ ଆଜି ହିଂସାକାଣ୍ଡ ଘଟିଛି। ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ରାଷ୍ଟ୍ରପତି ନିର୍ବାଚନରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ‌ଙ୍କ ବିଜୟକୁ ଔପଚାରିକ ସ୍ୱୀକୃତି ଦେବାକୁ ପ୍ରସ୍ତୁତ ହେଉଥିବାବେଳେ ସଂଘର୍ଷ ଘଟିଥିଲା । ହଠାତ୍ ହ୍ୱାଇଟ୍ ହାଉସ୍ ଓ କ୍ୟାପିଟଲ ବିଲ୍ଡିଂରେ ଟ୍ରମ୍ପ ସମର୍ଥକ ଧସେଇ ପଶିଥିଲେ। ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

ଡୋନାଲ୍ଡ‌ ଟ୍ରମ୍ପଙ୍କ ସମର୍ଥକମାନ ଯୁକ୍ତରାଷ୍ଟ୍ର ଆମେରିକାର ସଂସଦ ପରିସରରେ ଏକାଠି  ହୋଇ ହଠାତ୍ ହୋ ହଲ୍ଲା କରିଥିଲେ । ବାଇଡେନ‌ଙ୍କ ପରିବର୍ତ୍ତେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟୀ କରାଯାଉ ବୋଲି ଦାବି କରିଥିଲେ । ତାଙ୍କ ଦାବିକୁ ଉପରାଷ୍ଟ୍ରପତି  ପ୍ରତ୍ୟାଖ୍ୟାନ କରିବା ପରେ ଶହ ଶହ ସମର୍ଥକ ବଳପୂର୍ବକ ଓ୍ଵାସିଂଟନ୍ ‌ସ୍ଥିତ କ୍ୟାପିଟଲ୍‌ ହିଲ୍‌ ଅଟ୍ଟାଳିକା ମଧ୍ୟକୁ ପ୍ରବେଶ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୧୫ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ସହ ଟ୍ରମ୍ପଙ୍କ ଟ୍ୱିଟର, ଫେସବୁକ ଆଦିକୁ ବ୍ଲକ୍ କରିଦିଆଯାଇଛି। ଏହାସହ କ୍ୟାପିଟାଲ ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି । ଅନ୍ୟପଟେ ଆଇନ୍ ଉଲ୍ଲଂଘନ ଦାବିରେ ୪୦ ଜଣକୁ ଗିରଫ କରିଛି ପୋଲିସ୍।

 

 

You might also like