ପୁଣି ଟ୍ରମ୍ପ କହିଲେ ‘ମୁଁ ନିର୍ବାଚନ ଜିତିଛି‘

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ ସ୍ୱୀକାର କରି ନେଇଥିଲେ। ହେଲେ ଏବେ ଆଉ ଏକ ଟୁଇଟ କରି ରାଷ୍ଟ୍ରପତି ନିର୍ବାଚନରେ ସେ ଜିତିଛନ୍ତି ବୋଲି ଦାବି କରିଛନ୍ତି। ଏହି ଟୁଇଟ୍‌ରେ ଦାବି କରିଛନ୍ତି-‘I WON THE ELECTION!’

ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିଥିଲେ ହେଁ ନିର୍ବାଚନ ଶୈଳୀ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ସେ ବାଇଡେନଙ୍କ ବିଜୟକୁ ସ୍ୱୀକାର ତ କଲେ। ତେବେ ନିର୍ବାଚନରେ ଗଡବଡ କରାଯାଇଥିବା ଅଭିଯୋଗରୁ ଓହରି ନ ଥିଲେ। ସେ କହିଥିଲେ, ଡୋମିନିୟନ ଭୋଟିଂ ସିଷ୍ଟମର ଫଳାଫଳକୁ କେବଳ ସେ ନୁହେଁ, ଅନ୍ୟ ବଡ ବଡ କମ୍ପାନୀମାନେ ମଧ୍ୟ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଯିଏ ଆମ ସମ୍ବିଧାନ ସୁରକ୍ଷା ପାଇଁ ଅଛନ୍ତି, ତାଙ୍କ ସହ କୌଣସି ପ୍ରକାର ପ୍ରତାରଣାକୁ ବରଦାସ୍ତ କରାଯିବ ନାହିଁ। ଟ୍ରମ୍ପ କହିଛନ୍ତି, ସାରା ଦୁନିଆ ଦେଖୁଛି।

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଏକ ଟୁଇଟ କରି କହିଥିଲେ, ‘ହଁ, ବାଇଡେନ ଜିତଛନ୍ତି। କିନ୍ତୁ ନିର୍ବାଚନରେ ଏପାଖ ସେପାଖ ହୋଇଛି।  ବାଇଡେନ ତ ଜିତିଛନ୍ତି କିନ୍ତୁ ଫେକ ମିଡିଆ ନଜରରେ।

ଏଠି କହିରଖିବୁ, ଡେମୋକ୍ରାଟିକ ପାଟିର ପ୍ରାର୍ଥୀ ଜୋ ବାଇଡେନ ଆମେରିକା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଟ୍ରମ୍ପଙ୍କ ତାଙ୍କର କଡା ମୁକାବିଲା ହୋଇଥିଲା। ବିଜୟୀ ବାଇଡେନ ୪୬ ତମ ରାଷ୍ଟ୍ରପତି ଭାବେ ନିବାଚିତ ହୋଇଛନ୍ତି। ଆମରିକା ନିର୍ବାଚନରେ ୧୯୦୦ ମସିହାରେ ସର୍ବାଧିକ ଭୋଟ ପଡିଥଲା। ଏହା ପରେ ଗତ ନିର୍ବାଚନରେ ସର୍ବାଧିକ ଭୋଟ ପଡିଛି। ବାଇଡେନ ୭ କୋଟରୁ ଅଧିକ ଭୋଟରେ ଟ୍ରମ୍ପଙ୍କୁ ହରାଇଥିଲେ। କୌଣସି ରାଷ୍ଟ୍ରପତିଙ୍କୁ ପୂର୍ବରୁ ଏତେ ଭୋଟ ମିଳି ନ ଥିଲା। ତେବେ ଟ୍ରମ୍ପଙ୍କର ଏପରି ପ୍ରତିକ୍ରିୟାକୁ  ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି ଏବଂ ଏପରି କୌଣସି ହେରାଫେରି ହୋଇ ନ ଥିବା କହିଛନ୍ତି।

You might also like