ନୂଆ ନିୟମ ଅନୁସାରେ ସ୍କୁଟର୍ ଚାଳକୁ ୨୩ ହଜାର ଜୋରିମାନା କଲା ପୁଲିସ

ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍‌। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍‌ ବିଭିନ୍ନ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି।

ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍‌ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା, ରେଜିଷ୍ଟ୍ରେସନ୍‌ ପ୍ରମାଣପତ୍ର ନଥିଲା, ଥାର୍ଡପାର୍ଟି ଇନ୍ସ୍ୟୁରାନ୍ସ ନଥିଲା, ପ୍ରଦୂଷଣ ପ୍ରମାଣପତ୍ର ନଥିଲା ଏବଂ ବିନା ହେଲ୍‌ମେଟରେ ଗାଡ଼ି ଚଲାଉଥିଲେ। ଏବାବଦକୁ କଟାଯାଇଥିବା ଚାଲାଣର ମୋଟ ପରିମାଣ କିଛି ଏମିତି।

ଡ୍ରାଇଭିଂ ଲାଇସେନ୍ସ ନଥିଲା- ୫,୦୦୦ ଟଙ୍କା
ରେଜିଷ୍ଟ୍ରେସନ୍‌ ପ୍ରମାଣପତ୍ର ନଥିଲା- ୫,୦୦୦ ଟଙ୍କା
ଥାର୍ଡପାର୍ଟି ଇନ୍ସ୍ୟୁରାନ୍ସ ନଥିଲା- ୨,୦୦୦ ଟଙ୍କା
ପ୍ରଦୂଷଣ ପ୍ରମାଣପତ୍ର ନଥିଲା – ୧୦,୦୦୦ ଟଙ୍କା
ବିନା ହେଲ୍‌ମେଟରେ ଡ୍ରାଇଭିଂ- ୧,୦୦୦ ଟଙ୍କା
ମୋଟ ଜୋରିମାନା – ୨୩,୦୦୦ ଟଙ୍କା

ଶେଷରେ ଟ୍ରାଫିକ୍‌ ପୁଲିସ୍‌ ଏହି ସ୍କୁଟରକୁ ଜବତ କରିଥିବା ଜଣାପଡ଼ିଛି।

 

ଆହୁରି ପଢ଼ନ୍ତୁ

ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

‘ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ’

କ୍ଷଣିକ ଭିତରେ ହୋଇଗଲା ଛାରଖାର…ମାଟିରେ ମିଶିଗଲା ସବୁକିଛି

ରାସ୍ତା ଉପରେ ଆଇଟିବିପି ସେନାଙ୍କୁ ସାଲ୍ୟୁଟ୍‌ ମାରୁଥିବା ପିଲାକୁ ଅଢେଇ ଲକ୍ଷ ଟଙ୍କା ଦେଲେ ବିଜେପି ସାଂସଦ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

You might also like