ଅମ୍ବେ ମା’ଙ୍କ ଅନନ୍ୟ ମନ୍ଦିର : ଆଖିରେ ପଟି ବାନ୍ଧି ପୂଜା କରନ୍ତି ପୂଜାରୀ

ବନାସକାଣ୍ଠା : ମନ୍ଦିରର ଦେଶ ଭାରତ । ଆମ ଦେଶରେ ଏତେ ମନ୍ଦିର ଅଛି ଯେ ଗଣିବା ସମ୍ଭବପର ନୁହେଁ ।  ବିଭିନ୍ନ ମନ୍ଦିର ଗୁଡିକରେ ପଛରେ ଲୁଚି  ରହିଛି ଭିନ୍ନ ଭିନ୍ନ ରହସ୍ୟମୟୀ ତଥ୍ୟ, ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ । ସେହିପରି ଭାବେ ଭାରତରେ ମା’ ଦୁର୍ଗାଙ୍କର ଅନେକ ମନ୍ଦିର ରହିଛି ।  ଦେବୀ ସତୀଙ୍କ ଶରୀରକୁ କୌଣସି ନା କୌଣସି ଅଂଶ ଖସିଥିବା ସ୍ଥାନରେ ତିଆରି ହୋଇଛି ଏପରି କିଛି ଶକ୍ତିପୀଠ । ଦେବୀ ସତୀଙ୍କ ଅଂଶରୁ ମୋଟ୍ ୫୧ ଟି ଶକ୍ତିପୀଠ ଦେଶରେ ରହିଛି । ଚୈତ୍ର ନବରାତ୍ରୀ ଅବସରରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଗର୍ଭଗୃହରେ କୌଣସି ମୂର୍ତ୍ତି ପୂଜା ହୁଏ ନାହିଁ । ତେବେ ମୂର୍ତ୍ତି ନଥିଲେ ସୁଦ୍ଧା ପୂଜାରୀ ଆଖିରେ ପଟି ବାନ୍ଧି ସେଠାରେ ପୂଜା କରନ୍ତି ।

ଗୁଜରାଟ ବନାସକାଣ୍ଠା ଜିଲ୍ଲା ସ୍ଥତି ମା’ ଅମ୍ବେ  ଜୀଙ୍କ ମନ୍ଦିର । ଏହା କେବଳ ଭାରତରେ ନୁହେଁ ପୂରା ବିଶ୍ୱରେ ପ୍ରସିଦ୍ଧ ।   ଅହମଦାବାଦ ଠାରୁ ୧୮ କିମି ଦୂରରେ ଅବସ୍ଥିତ ମା’ ଅମ୍ବେ ଜୀଙ୍କ ମନ୍ଦିର । ଏହି ମନ୍ଦିରରକୁ ନେଇ ଭକ୍ତଙ୍କ ମନରେ ରହିଛି ଅନେକ ଶ୍ରଦ୍ଧା । ବିଶ୍ୱାସ ରହିଛି ଭଗବାନ ଶ୍ରୀକୃଷ୍ଣଙ୍କ ମୁଣ୍ଡନ ସଂସ୍କାର ଏହି ମନ୍ଦିରରେ କରାଯାଇଥିଲା । ଏହାବ୍ୟତୀତ ଯେତେବେଳ ଭଗବାନ ରାମ ଓ ଲକ୍ଷ୍ମଣ ମା’ ସୀତାଙ୍କ ଅନ୍ୱେଷଣରେ ବାହରିଥିଲେ, ଏହି ମନ୍ଦିରରେ ମା’ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ତେବେ ଅମ୍ବେ ମା’ ରାବଣକୁ ମାରିବା ପାଇଁ ଏହି ମନ୍ଦିରରେ ଭଗବାନ ରାମଙ୍କୁ ଏକ ଦିବ୍ୟ ବାଣ ପ୍ରଦାନ କରିଥିଲେ । ଦେବୀ ମା’ଙ୍କ ଏହି ମନ୍ଦିର ଦେଶର ୫୧ ଶକ୍ତିପୀଠର ମଧ୍ୟରୁ ଗୋଟିଏ । କୁହାଯାଏ ମା’ ସତୀଙ୍କର ହୃଦୟ ଖସିଥିଲା ଏହି ଶକ୍ତିପୀଠରେ ।

ମନ୍ଦିରର ସବୁଠାରୁ ବଡ ବୈଶିଷ୍ଟ୍ୟ ବା ରହସ୍ୟ ହେଉଛି ଏହି ମନ୍ଦିର ଭିତରେ ମା’ ଅମ୍ବେଙ୍କର କୌଣସି ପ୍ରତିମା ନାହିଁ । ମା’ଙ୍କ ମୂର୍ତ୍ତି ନଥିଲେ ସୁଦ୍ଧା ଏଠାରେ ଅମ୍ବା ଯନ୍ତ୍ରର ପୂଜା କରାଯାଏ । ଅମ୍ବେ ଦେବୀଙ୍କ ଏହି ଯନ୍ତ୍ରକୁ ଏପର୍ଯ୍ୟନ୍ତ କେହି ଦେଖିନାହାନ୍ତି, ଗୁପ୍ତ ରଖାଯାଇଛି । ଅମ୍ବେ ଯନ୍ତ୍ର ଦେଖିବା ନିଷେଧ । ଏହି କାରଣରୁ ମନ୍ଦିରର ପୁରୋହିତମାନେ ମଧ୍ୟ ଆଖି ବନ୍ଦ କରି ପୂଜା କରନ୍ତି । ନବରାତ୍ରୀ ସମୟରେ ଅମ୍ବେ ମା’ଙ୍କ ମନ୍ଦିରରେ ବହୁତ ଭିଡ଼ ଜମେ । ଭକ୍ତମାନେ ଗରବା ପ୍ରଦର୍ଶନ କରି ମାନସିକ ରଖିଲେ, ମା’ ମନୋବାଞ୍ଝା ପୂରଣ କରନ୍ତି ବୋଲି ମାନ୍ୟତା ରହିଛି ।

You might also like