AWS କ୍ଲାଉଡ୍‌ ସେଣ୍ଟର ନିର୍ମାଣ ପାଇଁ ୨୦ ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ କରିବ ଆମାଜନ

ହାଇଦ୍ରାବାଦ: ଭାରତରେ ମୋଟ ଅଙ୍କର ପୁଞ୍ଜିନିବେଶ କରିବ ଆମେରିକା ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ। ଆମଜନ ୱେବ୍‌ ସିରିଜ୍‌(AWS) ପାଇଁ ତେଲେଙ୍ଗାନାରେ ୨୦,୭୬୧ କୋଟି ପୁଞ୍ଜିନିବେଶ କରିବ।  ଆମଜନ ମାଲିକାନା ଥିବା ଦି କ୍ଲାଉଡ୍‌ ୱିଙ୍ଗ୍‌ କମ୍ପାନୀ ତେଲେଙ୍ଗାନାରେ ଡାଟାକେନ୍ଦ୍ରର ସର୍ବବୃହତ ଗ୍ରୁପ ବା କ୍ଲଷ୍ଟର ନିର୍ମାଣ କରିବା ପାଇଁ ଏହି ପୁଞ୍ଜି ନିବେଶ କରୁଛି। ୨୦୨୨ ମଧ୍ୟ ଭାଗ ବେଳକୁ ହାଇଦ୍ରାବାଦରେ AWS ଲଞ୍ଚ୍ କରିବାକୁ ଯୋଜନା ରହିଛି ବୋଲି ଶୁକ୍ରବାର ତେଲେଙ୍ଗାନା ସରକାରର ନେତା କେ.ଟି ରାମା ରାଓ ସୂଚନା ଦେଇଛନ୍ତି।

ଏହି ନୂଆ ପ୍ରକଳ୍ପ ବିଷୟରେ ଆମାଜନ ଓ ରାଓ ମିଳିତ ଭାବେ ଘୋଷଣା କରିଛନ୍ତି। ଭାରତରେ ଦ୍ୱିତୀୟ ଥର ପାଇଁ AWS ଏମିତି ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଏସିଆର ଏହା ୯ମ ହେବ। ଏହା ବ୍ୟତୀତ AWSର ଅନ୍ୟ ଶାଖାଗୁଡ଼ିକ ଅଷ୍ଟ୍ରେଲିଆ, ଗ୍ରେଟର ଚାଇନା, ଜାପାନ, କୋରିଆ ଏବଂ ସିଙ୍ଗାପୋରରେ ରହିଛି। ତେବେ ତେଲେଙ୍ଗାନା ପାଇଁ ଏହା ରାଜ୍ୟ ଇତିହାସରେ ସବୁଠାର ବଡ଼ ଫରେନ୍‌ ଡିପୋଜିଟ୍‌ ଇନ୍‌ଭେଷ୍ଟମେଣ୍ଟ ହେବ ବୋଲି ରାଜ୍ୟ ସହରବିକାଶ ଓ ଉଦ୍ୟୋଗ ମନ୍ତ୍ରୀ କହିଛନ୍ତି।

 

 

 

You might also like