ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ ସେଲ୍‌; ସ୍ମାର୍ଟଫୋନ୍‌ ଉପରେ ୪୦% ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ:ଆମାଜନ୍‌ର ଗ୍ରେଟ ଇଣ୍ଡିଆନ ସେଲ ଆଜିଠାରୁ ଆରମ୍ଭ ହୋଇ ଯାଇଛି। ଏହି ସେଲ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି। ତେବେ ଆଜିର ଚିତାକର୍ଷକ ଅଫର ଏବଂ ଡିସ୍‌କାଉଣ୍ଟ ଅଫର କେବଳ ଆମାଜନର ପ୍ରାଇମ୍‌ ମେମ୍ବରମାନେ ହିଁ ପାଇପରିବେ। ଅନ୍ୟ ୟୁଜର୍ସଙ୍କ ପାଇଁ ଆମାଜନର ଗ୍ରେଟ୍‌ ଇଣ୍ଡିଆନ ସେଲ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ଅଫର ୨୨ ଜାନୁଆରୀ ପର୍ଯ୍ୟନ୍ତ ରହିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି।

ଆମାଜନର ସେଲ୍‌ SBI କ୍ରେଡିଟ୍‌ କାର୍ଡରେ କିଣୁଥିଲେ ୧୦% ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ପାଇବେ। ଆମାଜନର ସେଲ୍‌ରେ ସ୍ମାର୍ଟଫୋନ, ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ, ହୋମ ଆଣ୍ଡ କିଚେନ୍‌ ପ୍ରଡକ୍ଟସ୍‌, ଟିଭି ଇତ୍ୟାଦିରେ ମଧ୍ୟ ଶାନଦାର ଅଫର ରହିଛି।

ତେବେ ଆସନ୍ତୁ ଜାଣିବା, ଆମାଜନ୍‌ କେଉଁ ପ୍ରଡକ୍ଟ ଉପରେ କେତେ ଡିସ୍‌କାଉଣ୍ଟ ଦେଉଛି।

ସ୍ମାର୍ଟଫୋନ-୪୦% ଡିସ୍‌କାଉଣ୍ଟ

ୱାନ୍ ପ୍ଲସ 7T ସ୍ମାର୍ଟଫୋନ ଆପଣ ୩୪,୯୯୯ ଟଙ୍କାରେ କିଣି ପାରିବେ। ଏପରକି ଏହାକୁ ୯ମାସ EMIରେ ମଧ୍ୟ କିଣି ପାରବେ। ସେହିପରି ସାମସଙ୍ଗ ଗାଲାକ୍ସି M30S କୁ ୧୨,୯୯୯ ଟଙ୍କାରେ କିଣିପାରିବେ। ଫୋନ କିଣିବା ଉପରେ ଆମାଜନ ପେ ବାଲାନ୍ସ ଭାବେ ୫୦୦ ଟଙ୍କା କ୍ୟାଶ୍‌ବ୍ୟାକ୍‌ ମିଳିବ। ଶାଓମିର ରେଡ୍‌ମି ନୋଟ ୮ପ୍ରୋର ସେଲ ପ୍ରାଇସ୍‌ ଅଛି ୧୩,୯୯୯। ଏହି ସ୍ମାର୍ଟ ଫୋନ୍‌ ଉପରେ ୧୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି। ସେହିପରି ଭିଭୋ U୨୦ ସ୍ମାର୍ଟଫୋନ ୯,୯୯୦ ଟଙ୍କାରେ କିଣି ପାରିବ।

ତେବ ସବୁଠାରୁ କମ୍‌ ଦାମରେ ମିଳୁଛି ସାମସଙ୍ଗ ଗାଲାକ୍ସି M30 ଫୋନ ମାତ୍ର ୮,୯୯୯ ଟଙ୍କାରେ କିଣି ପାରିବେ। ଏହା ଉପରେ ଆମାଜନ ପେ ବାଲାନ୍ସ ଭାବେ ୫୦୦ ଟଙ୍କା କ୍ୟାଶବ୍ୟାକ୍‌ ମିଳିପାରିବ। ସେହିପରି ସାଓମି ରେଡ୍‌ମି7A ୪,୯୯୯, ସାମ୍‌ସଙ୍ଗ ଗାଲାକ୍ସି M10s 7,999ଟଙ୍କାରେ, ନୋକିଆ ୪.୨କୁ ମାତ୍ର ୫,୯୯୯ ଟଙ୍କାରେ କିଣି ପାରିବେ। ଏଥିରେ EMI ସୁବିଧା ମଧ୍ୟ ରହିଛି।

ସେହିପରି ଆମାଜନ ସେଲ୍‌ରେ ପ୍ରିମିୟମ ସ୍ମାର୍ଟଫୋନ ଉପରେ ୩୦ ପ୍ରତିଶତ ଡିସ୍‌କାଉଣ୍ଟ ରହିଛି। ସେଲ୍‌ରେ ୱାନ୍‌ ପ୍ଲସ 7 pro ୪୨, ୯୯୯ ରହିଥିବାବେଳେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ରହିଛି। ଏହାବ୍ୟତୀତ ୬୪ ଜିବି ଆଇଫୋନ୍‌୧୧ର ଦାମ୍‌ ରହିଛି ୬୪,୮୯୯। ଓପୋ ରେନୋ10x ଜୁମ୍‌ର ଦାମ ରହିଛି ୩୩,୯୯୦। ଏହି ଫୋନ୍‌ ଉପରେ ଆମାଜନ କୁପନ ଜରିଆରେ ୬୦୦୦ ଟଙ୍କା ଆପଣ ବଞ୍ଚାଇ ପାରିବେ। ସାମସଙ୍ଗ ଗାଲାକ୍ସିA70sର ଦାମ ରହିଛି ୨୮,୯୯୯ ଏବଂ ସାସସଙ୍ଗ ଗାଲାକ୍ସି ନେଟ୍‌୧୦+ର ଦାମ ରହିଛି ୭୯,୯୯୯ଟଙ୍କା।

You might also like