ଅମାଜନ ସିଇଓଙ୍କ ମୋବାଇଲ ହ୍ୟାକ୍‌ କରିଥିଲେ ସାଉଦୀ ଆରବ ପ୍ରିନ୍ସ !

ନୂଆଦିଲ୍ଲୀ:ଆମାଜନ୍‌ର ସିଇଓ ଜେଫ ବୋଜୋସ୍‌ (Jeff Bezos) ଙ୍କ ମୋବାଇଲ ଫୋନ ହ୍ୟାକ୍‌ ହୋଇଥିଲା ୨୦୧୮ରେ। ତାଙ୍କ ମୋବାଇଲକୁ ହ୍ୱାଟ୍‌ସଅପରେ ଏକ ମେସେଜ ଆସିଥିଲା। ଏହି ମ୍ୟାସେଜ ଆସିବା ପରେ ମୋବାଇଲ ହ୍ୟାକ୍‌ ହୋଇଯାଇଥିଲା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଏହି ହ୍ୱାଟ୍‌ସ ଅପ୍‌ ମେସେଜ ଆସିଥିଲା ସାଉଦୀ ଆରବ କ୍ରାଉନ୍‌ ପ୍ରିନ୍ସଙ୍କ ପର୍ସନାଲ ଆକାଉଣ୍ଟରୁ। କୁହାଯାଉଛି, ଏହି ମେସେଜରେ ଏକ ମାଲେସିୟସ କରପ୍ଟ ଫାଇଲ୍‌ ସାମିଲ୍‌ ଥିଲା ଯଦ୍ଦ୍ୱାରା ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୋବାଇଲ ହ୍ୟାକ୍‌ କରାଯାଇଥିଲା।

ବିଶ୍ଳେଷକଙ୍କ କହିବା ଅନୁଯାୟୀ, ସାଉଦୀ ଆରବ ପ୍ରିନ୍ସଙ୍କ ଆକାଉଣ୍ଟରୁ ଆସିଥିବା ଏହି ଇନ୍‌ଫେକ୍ଟଟେଡ୍‌ ଭିଡିଓ ବୋଜୋସ୍‌ଙ୍କ ଫୋନ୍‌କୁ ହ୍ୟାକ୍‌ କରି ନେଇଥିଲା। ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି, ଗତବର୍ଷ ମେ’ ୧ତାରିଖ ଦୁଇଜଣ ବ୍ୟକ୍ତିଙ୍କ ହ୍ୱାଟ୍‌ସ ଅପ୍‌ ମେସେଜ ଜରିଆରେ ଫ୍ରେଣ୍ଡଲି କଥାବାର୍ତ୍ତ ଜାରି ରହିଥିଲା। ତା’ପରେ ଅଦରକାରୀ ଫାଇଲ୍‌ ପଠାଗଲା। ତେବେ ଅନେକ ଡାଟା ବୋଜୋସ୍‌ଙ୍କ ଫୋନରୁ କିଛି ଘଣ୍ଟା ଭିତରେ ହଟାଇ ଦିଆଯାଇଥିଲା। ତେବେ ହ୍ୟାକର ବୋଜୋସ୍‌ଙ୍କ ଫୋନରୁ କ’ଣ ତଥ୍ୟା ହ୍ୟାକ କରିଛନ୍ତି ଏବଂ ଏହାର କ’ଣ ଉପଯୋଗ କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ,  ଅମାଜନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (CEO) ଏବଂ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବୋଜୋସ୍‌ (Jeff Bezos) କିଛି ଦିନ ତଳେ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ଅବସରରେ ସେ ଅନେକ ଶିଳ୍ପପତି, ବଲିଉଡ୍‌ ହସ୍ତୀଙ୍କୁ ସାକ୍ଷାତ କରିଥିଲେ। ତେବେ ତାଙ୍କର ପ୍ରଧାନମନ୍ତ୍ରୀ ମୋଦି କିମ୍ବା ତାଙ୍କ ସରକାରର  କୌଣସି ମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇ ନ ଥିଲା। ତେବେ ଶୁଣାଯାଉଥିଲା ସେ କୁଆଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଥିଲେ। କିନ୍ତୁ ପିଏମ୍‌ଓରୁ ତାଙ୍କୁ ଆପଏଣ୍ଟମେଣ୍ଟ ମିଳି ନ ଥିଲା।

You might also like