ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ଅବସାନ ହୋଇଛି। ଶେଷରେ ଅମରନାଥ ଯାତ୍ରା ପାଇଁ ସମୟସୀମା ଘୋଷଣା କରାଯାଇଛି। ଶ୍ରଦ୍ଧାଳୁମାନେ ଏ ବର୍ଷ ଜୁଲାଇ ୨୧ରୁ ଅମରନାଥ ଯାତ୍ରା କରି ପାରିବେ ବୋଲି  ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (ଏସଏଏସବି) ର ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ଏହି ଯାତ୍ରା ୧୫ ଦିନ ଧରି ଚାଲେ। ହେଲେ ଏଥର କରୋନା କଟକଣାକୁ ନେଇ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ତେବେ ଏସଏଏସବି ଏ ନେଇ ସମୟସୀମା ଘୋଷଣା କରିଛନ୍ତି। ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସମୁଦ୍ରପତନଠାରୁ ୩,୮୮୦ ମିଟର ଉପରେ ରହିଛି ପ୍ରଭୁ ଅମରନାଥଙ୍କ ଗୁମ୍ଫା। ଏସଏଏସବି ଦେଇଥିବା ସୂଚନାରୁ ଜଣାଯାଇଛି, ଯାତ୍ରା ପାଇଁ ଏଠାରେ ଶୁକ୍ରବାର ପ୍ରଥମ ପୂଜା କରାଯାଇଥିଲା। ସାଧୁମାନଙ୍କ ବ୍ୟତୀତ ଅନ୍ୟ ତୀର୍ଥଯାତ୍ରୀ ଯେଉଁମାନଙ୍କ ବୟସ ୫୫ରୁ କମ୍‌ ସେମାନଙ୍କୁ ହିଁ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ।

ତେବ ଯାତ୍ରା କରୁଥିବା ଭକ୍ତଙ୍କ କୋଭିଡ ଟେଷ୍ଟ କରାଯିବ ଏବଂ ସେମାନଙ୍କ ପାଖରେ କରୋନା ନେଗେଟିଭ ପ୍ରମାଣପତ୍ର ରହିବା ଉଚିତ। ଶ୍ରଦ୍ଧାଳୁମାନେ (ସାଧୁଙ୍କ ବ୍ୟତୀତ)ଯାତ୍ରା ପାଇଁ ଅନ୍‌ଲାଇନ ପଞ୍ଜୀକରଣ କରିପାରିବେ।

ଅଧିକାରୀଙ୍କ କହିବା ଅନୁଯାୟୀ, “କୋରୋନା ଯୋଗୁ ସ୍ଥାନୀୟ ଶ୍ରମିକମାନେ ଆସୁ  ନ ଥିବାରୁ ଗାନ୍ଦରବଲ ଜିଲ୍ଲାଠାରେ ବାଲଟାଲ ବେସ କ୍ୟାମ୍ପରୁ ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହେଲିକାପ୍ଟରର ସାହାଯ୍ୟ ନିଆଯିବ।

ଏହି ୧୫ ଦିନ ପାଇଁ  ଅମରନାଥଙ୍କ ପାଖରେ ହେଉଥିବା ସକାଳ ଓ ସନ୍ଧ୍ୟର ଆଳତି ର ସିଧା ପ୍ରସାରଣ କରାଯିବ। ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍‌ ଅଗଷ୍ଟ ୩ ତାରିଖ ଶେଷ ହେବ। 

You might also like