ଝିଅ ଜନ୍ମ ଖୁସିରେ ଆତ୍ମହରା ବାପା !

ଗୋଟିଏ ଦିନ ପାଇଁ ମାଗଣାରେ ଚୁଟି କାଟିଲେ ସେଲୁନ୍ ମାଲିକ, ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କଲେ ସଲମାନ

ଗ୍ୱାଲିୟର :  ଝିଅ ଜନ୍ମ ହେବା ପରେ ଗ୍ୱାଲିୟରରେ ଜଣେ ସେଲୁନ୍ ମାଲିକ ସହର ସାରା ଲୋକଙ୍କ ସହ ନିଜର ଖୁସି ବାଣ୍ଟିଛନ୍ତି । ଘରକୁ ଲକ୍ଷ୍ମୀ ଆସିଥିବା ଖୁସିକୁ ମନାଇବା ପାଇଁ ଭିନ୍ନ ଅନ୍ଦାଜରେ ନିଜର ତିନୋଟି ସେଲୁନରେ ୨୪ ଘଣ୍ଟା ପାଇଁ ମାଗଣାରେ ଚୁଟି କାଟିଛନ୍ତି । ଘରେ କନ୍ୟାରତ୍ନର ପାଦ ପଡ଼ିବା ପରେ ଏହି ସ୍ମୁତିକୁ ସବୁଦିନ  ତାଜା ରଖିବା ପାଇଁ ଭିନ୍ନ ଏକ ତରିକା ଆପଣାଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ସଲମାନ୍ ।

ଆଜିକା ଯୁଗରେ ଝିଅମାନେ ପୁଅଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରୁଛନ୍ତି।  ଧୀରେ ଧୀରେ ସମାଜର ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଆସିଛି। ଝିଅମାନଙ୍କୁ ପ୍ରତିଟି କ୍ଷେତ୍ରରେ ଅଗ୍ରାଧିକାର ଦେବା ଭିତ୍ତିରେ ସରକାର ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ଝିଅ ଜନ୍ମ ଠାରୁ ଆରମ୍ଭ କରି ବିବାହ ଓ  ସୁରକ୍ଷିତ ଭବିଷ୍ୟତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ଆଜିକାଲି କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ପୁଅ ଜନ୍ମ ହେଲେ ଖୁସିରେ ମିଠା ବାଣ୍ଟନ୍ତି ସିନା ଝିଅ ମୁହଁ ଦେଖିଲେ ବୋଝ ଭାବି ଗୁମସୁମ୍ ହୋଇ ବସିରୁହନ୍ତି । ହେଲେ ମଧ୍ୟପ୍ରଦେଶର ଗ୍ୱାଲିୟରର ଜଣେ ସେଲୁନ ମାଲିକ ଏସବୁରୁ ଉର୍ଦ୍ଧ୍ୱକୁ ଉଠି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ହିନ୍ଦୁ ଧର୍ମରେ ଝିଅଙ୍କୁ ମାତା ଲକ୍ଷ୍ମୀଙ୍କର ରୂପ କୁହାଯାଇଥାଏ I ଶାସ୍ତ୍ର ଅନୁସାରେ ନାରୀଙ୍କୁ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି I ତେଣୁ ହିନ୍ଦୁ ଧର୍ମରେ ଝିଅ ଜନ୍ମ ହେଲେ ଅନେକ ଲୋକେ ଅଭିନନ୍ଦନ ଜଣାଇଥାନ୍ତି I ଆଉ ଏହି କଥାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି ସେଲୁନ ମାଲିକ ସଲମାନ  ।  ତାଙ୍କ ପତ୍ନୀ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଖୁସିରେ ଗୋଟିଏ ଦିନ ପାଇଁ  ସେଲୁନରେ ସବୁ ଗ୍ରାହକଙ୍କ ଚୁଟି ମାଗଣାରେ କାଟିଛନ୍ତି । ଗ୍ୱାଲିୟର ସହରରେ ତାଙ୍କର ୩ଟି ସେଲୁନ ଅଛି  ଏବଂ ଲୋକଙ୍କ ପ୍ରତି ମାର୍ଜିତ ବ୍ୟବହାର ତଥା ଲୋକେ ଏଠାକୁ ଆସିବାକୁ ପସନ୍ଦ କରନ୍ତି । ତେବେ ଝିଅ ଜନ୍ମ ପରେ ଜାନୁୟାରୀ ୪ ତାରିଖରେ ସଲମାନ ମାଗଣା ଚୁଟି କାଟିବା ପାଇଁ ଘୋଷଣା କରିଥିଲେ । ଏ୪ ତାରିଖରେ ସଲମାନ ଗ୍ୱାଲିୟର ସହରର କୁମହରପୁର, ଶିବାଜୀ ନଗର, ତାଲ୍ ରୋଡ୍, କବୀର କଲୋନୀରେ ଥିବା ମାଗଣା ଲୋକଙ୍କର ଚୁଟି କାଟିଛନ୍ତି । ସଲମାନ ୨୪ ଘଣ୍ଟା ପାଇଁ ଟଙ୍କାଟିଏ ବି ନନେଇ ମାଗଣା ସେବା ଯୋଗାଇଥିବା ମିଡ଼ିଆ ପକ୍ଷରୁ ସୂଚନା ମିଳିଛି  । 

ତେବେ ତାଙ୍କର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଭୁରିଭୁରି ପ୍ରଶଂସା କରିଛନ୍ତି । ସଲମନ ସମାଜକୁ ଏକ ସକାରାତ୍ମକ ବାର୍ତା ଦେଇଛନ୍ତି ବୋଲି ଚୁଟି କାଟି ଆସିଥିବା ଲୋକେ କହିଛନ୍ତି । 

 

You might also like