ଈଶ୍ୱରଙ୍କ ଚମତ୍କାର; ପଡ଼ିଗଲେ ବାପା ମା, ବିନା ଡ୍ରାଇଭରରେ ଶିଶୁକୁ ଧରି ଗାଡ଼ି ଚାଲିଲା

ବେଙ୍ଗାଲୁରୁ: କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏକ ନିଶ୍ଚିତ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି ଏକ ୩ବର୍ଷର ଶିଶୁ। ବାଇକ୍‌ରେ ବାପା ମାଅାଙ୍କ ସହ ଶିଶୁଟି ଅାଗରେ ବସି ଯାଉଥିବାବେଳେ ମଝି ରାସ୍ତାରେ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇଥିଲା ତାଙ୍କ ଗାଡ଼ି। ସେଇଠି ଛିଟିକି ପଡ଼ିଥିଲେ ବାପା ଓ ମାଅା। ହେଲେ ଶିଶୁଟି କିନ୍ତୁ ବାଇକ୍‌ରେ ସେମିତି ବସିଥିଲା, ଅାଉ ଗାଡ଼ିଟି ପାଖାପାଖି ୫ଶହ ମିଟର ଅାଗକୁ ଯାଇ ଏକ ଡିଭାଇଡର ନିକଟରେ ଅଟକି ଥିଲା ଓ ପିଲାଟି ରାସ୍ତା ପାର୍ଶ୍ୱ ଘାସବୁଦାରେ ପଡ଼ି ରକ୍ଷା ପାଇଯାଇଥିଲା।


ଏହି ଦୁର୍ଘଟଣାରେ ଶିଶୁଟିର ବାପା ମାଅା ମଧ୍ୟ ସାମାନ୍ୟ ଅାହତ ହୋଇଛନ୍ତି। ତେବେ ସେ ସମୟର ପଛରେ ଅାସୁଥିବା ଅନ୍ୟ ଏକ ଗାଡ଼ିର କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡିଂ ହୋଇଥିଲା। ରବିବାର ଅପରାହ୍ନରେ ଘଟିଥିବା ଏ ଘଟଣାର ଭିଡିଓ ଏବେ ଭାଇରାଲ୍ ହୋଇଛି। ସମସ୍ତେ ଏହାକୁ ଇଶ୍ୱରଙ୍କ ଚମତ୍କାର ବୋଲି କହୁଛନ୍ତି।

You might also like