ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଝାଡଖଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏମିତି ସେମିତି ମାମଲା ନୁହେଁ ବରଂ ଆସିଛି ଦୁଷ୍କର୍ମ ପରି ସଙ୍ଗୀନ ମାମଲା। ତେବେ ଏପରି ସାଙ୍ଗାତିକ ଅଭିଯୋଗ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ମୁମ୍ବାଇର ଜଣେ ମଡେଲ। ଏହି ମାମଲା ସାମ୍ନାକୁ ଆସିବା ପରେ ଜାତୀୟ ଗଣମାଧ୍ୟମର ମଧ୍ୟ ସିରୋନାମା ପାଲଟିଛି। ଏହାସହ ଜାତୀୟ ମହିଳା କମିଶନ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି। ମହିଳା କମିଶନ କହିଛନ୍ତି, ହେମନ୍ତଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି। ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଅଭିଯୋଗ ଆଣିଥିଲେ ମଡେଲ ଜଣଙ୍କ।

ଏବେ ମାମଲାର ଷ୍ଟାଟସ ରିପୋର୍ଟ କ’ଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ। ଅଭିଯୋଗ କେବଳ ଏତିକି ନୁହେଁ ବରଂ ଦୁଷ୍କର୍ମ ପରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ଜୋରସୋରରେ ଚର୍ଚା ଚାଲିଛି। ଏହାସହ ମାମଲାକୁ ପୁଣି ଥରେ ତଦନ୍ତ କରାଯିବା ନେଇ ମଧ୍ୟ ସୂଚନା ରହିଛି।

You might also like