ପୁଲ୍‌ୱାମା ପ୍ରତିଶୋଧ ପରେ ଭାରତୀୟ ବାୟୁସେନାକୁ ଛୁଟୁଛି ପ୍ରଶାଂସାର ସୁଅ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ବାୟୁସେନାର ଅପରେସନକୁ ସାରା ଦେଶରେ ପ୍ରଶଂସା କରାଯାଇଛି। ଦଳମତ ନିର୍ବିଶେଷରେ ସବୁ ଦଳର ନେତା ଓ ସାଧାରଣ ଜନତା ଏହାକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତୀୟ ବାୟୁ ସେନାର କାର୍ଯ୍ୟକୁ ସାଲ୍ୟୁଟ୍‌ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାକୁ ସାଲ୍ୟୁଟ୍‌ କରିଛନ୍ତି।  ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରାଯାଇଥିବାରୁ ସେ ସ୍ୱାଗତ କରିବା ସହ ଜୟ ହିନ୍ଦ୍‌ ବୋଲି ଟ୍ୱିଟ୍ କରିଛନ୍ତି।

ଏହି ଏୟାର୍‌ ଷ୍ଟ୍ରାଇକ୍‌କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ସ୍ୱାଗତ କରିଛନ୍ତି। ଏହି ଆକ୍ରମଣ ଆମକୁ ଗର୍ବିତ କରିଛି ବୋଲି ସେ ଟ୍ୱିଟ୍ କରିଛନ୍ତି।  ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି।

ସେପଟେ, ପିଓକେରେ ଭାରତୀୟ ବାୟୁସେନାର ଆକ୍ରମଣକୁ ଉଚ୍ଚ ପ୍ରଶଂସା କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ସେ କହିଛନ୍ତି, ଅସ୍ଥାୟୀ ଭାବେ ପାକିସ୍ତାନ କବ୍‌ଜାରେ ଥିବା ଅଞ୍ଚଳରେ ଭାରତ ଆକ୍ରମଣ କରିବାରେ କିଛି ଅସୁବିଧା ନାହିଁ। ତେଣୁ କୌଣସି ଅନ୍ତର୍ଜାତୀୟ ଆଇନ୍‌ ଭଙ୍ଗ ହୋଇନାହିଁ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like