ଫ୍ଲାଇଟ ଭିତରେ ଥିଲେ କରୋନା ରୋଗୀ, ଆଉ ତା’ ପରେ…
ଚେନ୍ନାଇ: କରୋନାକୁ ନେଇ ସାରା ଦୁନିଆ ଏବେ ସଚେତନ। ପ୍ରାୟ ୨୮୯ ଯାତ୍ରୀଙ୍କୁ ନେଇ ଦୁବାଇ ଯାଉଥିବା ଏକ ଫ୍ଲାଇଟ୍ରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଥିଲା । ଫଳରେ ତାଙ୍କୁ ଫ୍ଲାଇଟ୍ରୁ ବାହାର କରି ଦିଆଯାଇଥିଲା। ଏହି ଯାତ୍ରୀ ଜଣକ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି।
କୋଚିନ ଇଣ୍ଟରନାଶନାଲ ଏୟାରପୋର୍ଟ ଲିମିଟେଡ୍ର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଏହି ଯାତ୍ରୀ କେରଳର ମୁନ୍ନାର ସହରକୁ ଛୁଟି କଟାଇବା ପାଇଁ ଆସିଥିଲେ। ତାଙ୍କ ସହ ଅନ୍ୟ ୧୯ ଜଣ ମଧ୍ୟ ଆସିଥିଲେ। ଏମାନଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିଲା। ତେଣୁ ଏମାନଙ୍କ ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଥିଲା। ହେଲେ ପ୍ରଶାସନ ସୂଚନା ନ ଦେଇ ଏମାନେ କୋଚ୍ଚି ବିମାନ ବନ୍ଦିରେ ପହଞ୍ଚି ଯାଇଥିଲେ। ତେବେ ଯାଞ୍ଚ ପରେ ଯେତେବେଳେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ସେତେବେଳକୁ ସେ ବିମାନ ବନ୍ଦରରେ ଥିବା ଜାଣିବାକୁ ପାଇଥିଲେ।
ତେଣୁ ତାଙ୍କୁ ବିମାନରୁ ବାହାର କରାଯିବା ସହ ତାଙ୍କ ସହ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ବାହାର କରି ଦିଆଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ପ୍ରବକ୍ତା ଜଣକ କହିଛନ୍ତି।
ସୂଚନାଥାଉ କି, କେରଳରେ କରୋନାରେ ଜଣଙ୍କର ମୃତ୍ୟୁ ଘଟି ସାରିଛି।