ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ନିର୍ବାଚନ ପ୍ରକିୟାକୁ ନେଇ ଅାଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ। ଭାରତୀୟ ନିର୍ବାଚନ କମିଶନ ଡାକିଥିବା ଏହି ବୈଠକରେ ଜାତୀୟ ଓ ଅାଞ୍ଚଳିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି। ଏହି ବୈଠକରେ ନିର୍ବାଚନ ପ୍ରକ୍ରିୟା ସହିତ ଅନ୍ୟ ସବୁ ପ୍ରସଙ୍ଗରେ ଅାଲୋଚନା ହେଉଛି।

EVM ବିବାଦ, ପେଡ୍ ନ୍ୟୁଜ୍, ଖର୍ଚ୍ଚସୀମା ଉପରେ ଅାଲୋଚନା ଚାଲିଥିବା ସୂଚନା ମିଳିଛି। ଏହି ବୈଠକରେ କିଛି ବିରୋଧୀ ଦଳ ପୁଣି ଥରେ ବାଲଟ ପେପରରେ ନିର୍ବାଚନ କରାଇବାକୁ ଦାବି କରିପାରନ୍ତି ବୋଲି  ଜଣାପଡ଼ିଛି। ଇଭିଏମ୍ ଟାମ୍ପରିଙ୍ଗକୁ ନେଇ ବିବାଦ ରହିଥିବାରୁ ସେମାନେ ଏହି ଦାବି କରିବେ ବୋଲି ଜଣାପଡ଼ିଛି।

୭ଟି ଜାତୀୟ ଓ ୫୧ଟି ଅାଞ୍ଚଳିକ ଦଳ ମଧ୍ୟରୁ ୧୭ଟି ଦଳ ବାଲଟ ପେପର ସପକ୍ଷରେ ଅଛନ୍ତି। ଏହି ବୈଠକରେ ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଯୋଗ ଦେଇଛନ୍ତି।

You might also like