ସବୁ ଅଲିମ୍ପିକ୍ସ ଖେଳାଳିଙ୍କୁ ଦିଆଯିବ କରୋନା ଟିକା

ମହାମାରୀ ଭିତରେ କେମିତି ହେବ ଆୟୋଜନ?

  • ଅନିଶ୍ଚିତତା ଭିତରେ ଟୋକିଓ ଅଲିମ୍ପିକ୍ସ
  • ମହାମାରୀ ଭିତରେ କେମିତି ହେବ ଆୟୋଜନ?
  • ଜାପାନରେ ସଂକ୍ରମଣ ବଢ଼ାଇବନି ତ ବିଶ୍ୱକ୍ରୀଡ଼ା?
  • ଧର୍ମସଂକଟରେ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା
  • କୌଣସି ପରିସ୍ଥିତିରେ ବାତିଲ ହେବନି ଅଲିମ୍ପିକ୍ସ: IOC
  • ଅଲିମ୍ପିକ୍ସ ଆୟୋଜନକୁ ୟୁରୋପୀୟ ସଂଘର ସମର୍ଥନ

ନୂଆଦିଲ୍ଲୀ: ଅଭୂତପୂର୍ବ ସତର୍କତା ଭିତରେ ଆୟୋଜିତ ହେବ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ। ଏଥିରେ ଭାଗ ନେବାକୁ ଥିବା ସବୁ ଆଥଲେଟଙ୍କ ଟିକାକରଣ କରାଯିବ। ଏଥିପାଇଁ ଫାଇଜର ସହ ଚୁକ୍ତି ହୋଇଛି। ତେବେ ସେମାନଙ୍କ ସହ ଆସୁଥିବା ଅଫିସିଆଲଙ୍କୁ ଟିକା ଦିଆଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନି। ଯଦି କୌଣସି ଭେନ୍ୟୁକୁ ଦର୍ଶକଙ୍କୁ ଅନୁମତି ମିଳେ, ତେବେ କେବଳ ଜାପାନୀ ଦର୍ଶକ ହିଁ ଯାଇପାରିବେ। କାରଣ ଅନ୍ତର୍ଜାତୀୟ ଦର୍ଶକଙ୍କୁ ପ୍ରଥମରୁ ସେଠାକୁ ବାରଣ କରାଯାଇଛି। ସେହିପରି ଆଥଲେଟ୍‌ମାନେ ମଧ୍ୟ ଅନ୍ୟମାନଙ୍କ ସହ ମିଳାମିଶା କରିପାରିବେ ନାହିଁ। ତେବେ କରୋନା ନିୟମର କଡ଼ାକଡ଼ି ପାଳନ ସତ୍ତ୍ୱେ କେଉଁ ଦେଶର ଆଥଲେଟ୍ ଓ ଅଫିସିଆଲ କେଉଁ ଭାରିଆଣ୍ଟ୍ ଭୂତାଣୁ ନେଇ ଜାପାନ ଆସିବେ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ କ୍ରୀଡ଼ା ଆୟୋଜନ ସମୟରେ ଯଦି ସଂକ୍ରମଣ ନବଢ଼େ ଓ ଅଲମ୍ପିକ୍ସ ସଫଳ ହୁଏ ତେବେ ଜାପାନ ରାଜନୀତିରେ ସୁଗାଙ୍କ ସ୍ଥିତ ମଜବୁତ ହେବ। ମାତ୍ର କ୍ରୀଡ଼ା ଆୟୋଜନ ଯୋଗୁଁ ଯଦି ସଂକ୍ରମଣ ବଢ଼େ ତେବେ ବ୍ରୋଞ୍ଜ୍ ମେଡାଲ ତ ଦୂରର କଥା, ଜାପାନବାସୀ ସୁଗାଙ୍କୁ ସିଧାସଳଖ ବାହାର ଦରଓ୍ୱାଜା ଦେଖାଇ ଦେବେ ବୋଲି ଚର୍ଚ୍ଚା ହେଉଛି।

 

ତେବେ ୨୦୨୦ରେ ଆୟୋଜନ ହେବାର ଥିଲା ଟୋକିଓ ଅଲିମ୍ପିକ୍ସ। ତେବେ କରୋନା ମହାମାରୀ ଆରମ୍ଭ ହୋଇଯିବାରୁ, ଏହାକୁ ବର୍ଷକ ଲାଗି ସ୍ଥଗିତ ରଖାଯାଇଥିଲା। ତେବେ ଚଳିତ ବର୍ଷ ଜୁଲାଇ ୨୩ରୁ ଏହା ଆରମ୍ଭ ହେବାକୁ ଯୋଜନା ଥିବା ବେଳେ, ପୁଣି କ୍ରୀଡ଼ା ଆୟୋଜନକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ତେବେ କୌଣସି ପରିସ୍ଥିତିରେ କ୍ରୀଡ଼ା ବାତିଲ ହେବନି ବୋଲି ସ୍ପଷ୍ଟ କରିଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ବା IOC। ସଭାପତି ଥୋମାସ ବାଚ୍ କାରଣ IOC ହିଁ ହେଉଛି ଏହି କ୍ରୀଡ଼ାର ମାଲିକ କ୍ରୀଡ଼ା ଆୟୋଜନ ଲାଗି ଜାପାନ ସହିତ କେବଳ ଚୁକ୍ତି ହୋଇଛି ତେଣୁ ଚୁକ୍ତି ଉଲ୍ଲଙ୍ଘନ କରି ଜାପାନ ଯଦି କ୍ରୀଡ଼ା ବାତିଲ କରେ ତେବେ ଏହାକୁ ବିପୁଳ କ୍ଷତି ସହିବାକୁ ପଡିବ।

୨୦୦୮ରେ ବେଜିଂ ଅଲିମ୍ପିକ୍ସ ଆୟୋଜନ କରି ଚୀନ ବିଶ୍ୱ ଦରବାରରେ ନିଜ ଆବିର୍ଭାବର ସୂଚନା ପ୍ରଦାନ କରିଥିଲା। ୨୦୧୮ ଓ୍ୱିଣ୍ଟର ଅଲିମ୍ପିକ୍ସରେ ଦୁଇ ପରମ ଶତ୍ରୁ ଉତ୍ତର ଓ ଦକ୍ଷିଣ କୋରିଆ ଗୋଟିଏ ପତାକା ତଳେ ମାର୍ଚ୍ଚ କରିବା ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ତେବେ ଆସନ୍ନ ଟୋକିଓ ଅଲମ୍ପିକ୍ସ ସାରା ବିଶ୍ୱରେ ଜାପାନ ସ୍ଥିତିକୁ ଆହୁରି ମଜଭୂତ କରିବ ବୋଲି ଆଶା କରାଯାଉଛି।

You might also like