ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା: ୨୪ ଘଣ୍ଟାରେ ୪୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

୨୪ ଘଂଟାରେ ୪୩ ହଜାର ପାର୍‌

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୭ ରହିଛି। ଏହାସହ ଦେଶରେ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫କୁ ବୃଦ୍ଧି ପାଇଛି। ତେବେ ହଠାତ୍‌ ପୁଣି ଥରେ କରୋନା ବଢିଥିବାରୁ ଏବେ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର। ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଥର୍ମାଲ ସ୍କ୍ରାନିଂ ହେଉଛି। ଏହାସହ କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ମଧ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ପୁଣି ଥରେ ଦେଶରେ କରୋନା ଗ୍ରାଫ୍‌ ମୁହାଁ ହୋଇଛି।

ସେପଟେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଇନ୍ଦୋର, ଭୋପାଳ ଓ ଜବଲପୁରରେ ଦିନକ ପାଇଁ ଲକ୍‌ଡାଉନ୍ ଘୋଷଣା‌ କରଛନ୍ତି। ପ୍ରତି ରବିବାର ଏହି ୩ ସହରରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ।

ଏହି ୩ ସହରରେ ଥିବା ସ୍କୁଲ୍‌ ଓ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ମଧ୍ୟପ୍ରଦେଶରେ କରୋନା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ କଟକଣାରୁ ଜରୁରୀ ସେବା ଓ ଶିଳ୍ପକୁ ବାଦ୍‌ ଦିଆଯାଇଛି।

ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା। ତେବେ ଆଜି ତାହା ୪୦ ହଜାର ଅତିକ୍ରମ କରିଛି। ଆଜିର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ ରହିଛି ବୋଲି ଜଣାପଡିଛି।

 

You might also like