CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର

ଭୁବନେଶ୍ୱର: ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହେଲ୍‌ଥ ସ୍କିମ CGHS ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଏହି ଯୋଜନାରେ ସାମିଲ ଥିବା ଉପଭୋକ୍ତା ଏଣିକି ରାଜ୍ୟରେ ଥିବା କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି। ରାଜ୍ୟରେ ଘୋଷିତ କୋଭିଡ ହସ୍ପିଟାଲ ସମସ୍ତ CGHS ଉପଭୋକ୍ତା ଚିକିତ୍ସା କରାଇପାରିବେ।

CGHSରେ ଥିବା ସର୍ତ୍ତାବଳୀ ଅନୁସାରେ ଉପଭୋକ୍ତାଙ୍କୁ ଚିକିତ୍ସା ସୁବିଧା ମିଳିବ। କୋଭିଡ୍ ହସ୍ପିଟାଲ ହୋଇ ନଥିବା CGHS ହସ୍ପିଟାଲ ମଧ୍ୟ ଚିକିତ୍ସା ଯୋଗାଇବେ। ଅନ୍ୟ ସମସ୍ତ ଚିକିତ୍ସା ପାଇଁ CGHS ସର୍ତ୍ତାବଳୀ ବାଧ୍ୟତାମୂଳକ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

କରୋନା ସଂକ୍ରମଣ ବେଳେ ବିଭିନ୍ନ ରାଜ୍ୟରେ CGHS ଉପଭୋକ୍ତାମାନେ ଚିକିତ୍ସା ସୁବିଧା ପାଇବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବିଭିନ୍ନ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।

You might also like