କରୋନା ମୁକାବିଲା: ବିଜେପି ସାଂସଦ ଓ ବିଧାୟକ କରିବେ ଏତିକି ଟଙ୍କା ଦାନ
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ ସବୁ ଦାନ କରୁଛନ୍ତି। ଏସବୁ ଭିତରେ ବିଜେପି ଏକ ବଡ଼ ଘୋଷଣା କରିଛି।
କରୋନା ମୁକାବିଲା ଲାଗି ବିଜେପିର ସମସ୍ତ ସାଂସଦ ଓ ବିଧାୟକମାନେ ସେମାନଙ୍କର ମାସକର ବେତନ/ ଦରମା କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ ଦାନ କରିବେ। ଏନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି ସୂଚନା ଦେଇଛନ୍ତି।
All MPs & MLAs of Bhartiya Janta Party will donate their one month Remuneration /salary to the Central relief fund to support the fight against #Covid19 .
— Jagat Prakash Nadda (@JPNadda) March 28, 2020
ଆଉ ଏକ ଟ୍ୱିଟ କରି ସେ କହିଛନ୍ତି, ବିଜେପିର ସମସ୍ତ ସାଂସଦ ସେମାନଙ୍କର MPLADS ଫଣ୍ଡରୁ ୧ କୋଟି ଟଙ୍କା କେନ୍ଦ୍ରୀୟ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ଲାଗି ଦାନ କରିବେ ।
All MPs of BJP will release 1 crore rs from their MPLADS fund to the Central Relief Fund in support to fight against Covid-19. #IndiaFightsCorona
— Jagat Prakash Nadda (@JPNadda) March 28, 2020