ଅଯୋଧ୍ୟା ବିବାଦ: ଆରମ୍ଭରୁ ଏପର୍ଯ୍ୟନ୍ତ କ’ଣ ସବୁ ଘଟି ଯାଇଛି ଜାଣନ୍ତୁ ଘଟଣାକ୍ରମ

ନୂଆଦିଲ୍ଲୀ: ଦୀର୍ଘ ୭ ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ପରିଶ୍ରମ ଅନେକ ବଳିଦାନ ଦେଇଛନ୍ତି ରାମ ଭକ୍ତ। ଶେଷରେ ସେମାନଙ୍କ ବଳିଦାନ ସଫଳ ହୋଇଛି। ଖୁବ୍‌ଶୀଘ୍ର ଦେଶରେ ନିର୍ମାଣ ଆକାଶ ଛୁଆଁ ଭବ୍ୟ ଶ୍ରୀରାମଙ୍କ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ଅତୀତର ଘଟିଯାଇଛି ଅନେକ ଘଟଣା ଓ ଦୁର୍ଘଟଣା। ଏହି ସମସ୍ତ ଘଟଣାକ୍ରମ ଉପରେ ଆସନ୍ତୁ ନଜର ପକାଇବା।

ଅଯୋଧ୍ୟା ରାମ ମନ୍ଦିରର ଘଟଣାକ୍ରମ ଥିଲା ଏମିତି…

  • ୧୫୨୮: ମୋଗଲ ସମ୍ରାଟ ବାବର ଏହି ସ୍ଥାନରେ ଏକ ମସଜିଦ୍‌ ନିର୍ମାଣ କରିଥିଲେ। ତେବେ ହିନ୍ଦୁମାନେ ଏହାକୁ ରାମ ଜନ୍ମଭୂମି ବୋଲି ଦାବି କରିବା ସହ ଏଠାରେ ପୂର୍ବରୁ ମନ୍ଦିର ଥିଲା ବୋଲି କହିଥିଲେ।
  • ୧୮୫୩-୧୯୪୯: ଏହାକୁ ନେଇ ଅନେକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ଶେଷରେ ଭାରତକୁ ଶାସନ କରୁଥିବା ଇଂରେଜମାନେ ଉକ୍ତ ସ୍ଥାନର ଭିତର ପାର୍ଶ୍ୱକୁ ମୁସଲିମ ଓ ବାହାର ପାର୍ଶ୍ୱକୁ ହିନ୍ଦୁ ଗୋଷ୍ଠୀଙ୍କୁ ଦେଇଥିଲେ।
  • ୧୯୪୯: ମସଜିଦ୍‌ ମଧ୍ୟରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ଠାବ କରାଯାଇଥିଲା। ଏହାକୁ ମୁସ୍‌ଲିମାନେ ବିରୋଧ କରିଥିଲେ। ପରେ ସରକାର ଏହାକୁ ଏକ ବିବାଦୀୟ ଅଞ୍ଚଳ ବୋଲି ଘୋଷଣା କରିବା ସହ ଏହାର ଗେଟ୍‌ରେ ତାଲା ପକାଇ ଦେଇଥିଲେ।
  • ୧୯୫୦: ଉକ୍ତ ସ୍ଥାନରେ ପୂଜା କରିବା ପାଇଁ ହିନ୍ଦୁ ପକ୍ଷ ଫୈଜାବାଦ୍‌ କୋର୍ଟରେ ଆବେଦନ କରିଥିଲେ।
  • ୧୯୬୧: ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏକ ଆବେଦନ ଦାଖଲ କରି ଉକ୍ତ ସ୍ଥାନର ମାଲିକାନା ପାଇଁ ଦାବି କରିଥିଲା। ଏଥିସହ ଏଠାରେ ଥିବା ମୁର୍ତ୍ତିକୁ ହଟାଇବାକୁ ଦାବି କରିଥିଲା।
  • ୧୯୮୬: ଜିଲ୍ଲା ଜଜ୍‌ ଉକ୍ତ ସ୍ଥାନର ଗେଟ୍‌ ଖୋଲିବାକୁ ନିର୍ଦ୍ଦେଶ ଦେବା ସହ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦେଇଥିଲେ।
  • ୧୯୯୨, ଡିସେମ୍ବର୬: କର ସେବକମାନେ ବାବ୍ରୀ ମସଜିଦକୁ ଭାଙ୍ଗି ଦେଇଥିଲେ। ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରାୟ ୨ ହଜାର ହିନ୍ଦୁ ଓ ମୁସଲିମ ପ୍ରାଣ ହରାଇଥିଲେ।
  • ୨୦୦୧: ମସଜିଦ୍‌ ଭଙ୍ଗା ଘଟଣାରେ ସଂପୃକ୍ତ ଥିବା ଏଲକେ ଆଡଭାନୀ ଓ କଲ୍ୟାଣ ସିଂହଙ୍କ ସମେତ ୧୩ ଜଣଙ୍କ ନାଁରେ ଲାଗିଥିବା ଚାର୍ଜକୁ ସ୍ୱତନ୍ତ୍ର ଜଜ୍‌ ରଦ୍ଦ କରିଦେଇଥିଲେ।
  • ୨୦୦୨: କର ସେବକଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍‌ରେ ନିଆଁ ଲଗାଯିବାରୁ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା।
  • ୨୦୧୦: ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟାର ୨/୩ ଅଂଶକୁ ହିନ୍ଦୁ ପକ୍ଷ ଓ ୧/୩ ଅଞ୍ଚଳକୁ ମୁସଲିମ ପକ୍ଷଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
  • ୧୧:୨୦୧୧:  ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ।
  • ୨୦୧୭: କୋର୍ଟ ବାହାରେ ବୁଝାମଣା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଥିଲେ। ଏଥିସହ ବିଜେପି ନେତାଙ୍କ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର ମାମଲା ଚାଲୁ କରିବାକୁ କହିଥିଲେ।
  • ୨୦୧୮: ୧୯୯୪ ମସିହାରେ ଏକ କୋର୍ଟ କହିଥିଲେ ମସଜିଦ୍‌ ଇସ୍‌ଲାମର ଆଭ୍ୟନ୍ତରୀଣ ଅଙ୍ଗ ନୁହେଁ। ଏହାର ସମୀକ୍ଷା କରିବାକୁ ସ୍ୱତନ୍ତ୍ର ବେଞ୍ଚ ଗଠନ ପାଇଁ ହୋଇଥିବା ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
  • ୧୪: ୨୦୧୯, ମାର୍ଚ୍ଚ ୪: ସୁପ୍ରିମକୋର୍ଟ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏଥିସହ ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ।
  • ୨୦୧୯, ଅଗଷ୍ଟ ୧: ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଦାଖଲ।
  • ଅଗଷ୍ଟ ୨: ମଧ୍ୟସ୍ଥତା ପ୍ୟାନେଲ ଆପୋଷ ସମାଧାନ କରିବାରେ ବିଫଳ ହୋଇଥିବା ସୁପ୍ରିମକୋର୍ଟ କହିଥିଲେ।
  •  ଅଗଷ୍ଟ ୬: ସୁପ୍ରିମକୋର୍ଟ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ।
  • ଅଗଷ୍ଟ ୧୬: ସୁପ୍ରିମକୋର୍ଟରେ ଶୁଣାଣି ଶେଷ।
  • ନଭେମ୍ବର ୧୯: ସୁପ୍ରିମକୋର୍ଟ ବିବାଦୀୟ ଅଞ୍ଚଳକୁ ରାମ ଜନ୍ମଭୂମି ମନ୍ଦିର  ନିର୍ମାଣକୁ ଟ୍ରଷ୍ଟକୁ ଦେଇଥିଲେ। ସେହିପରି ସୁନ୍ନି ୱାକଫ ବୋର୍ଡ ଅନ୍ୟ ଏକ ସ୍ଥାନରେ ୫ଏକର ଜମି ଦେବାକୁ କହିଥିଲେ।
  • ୨୦: ୨୦୨୦, ଅଗଷ୍ଟ ୫: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ସାଢ଼େ ୩ ବର୍ଷ ମଧ୍ୟରେ ଭଗବାନ ରାମଙ୍କ ମନ୍ଦିର ଅଯୋଧ୍ୟାରେ ଶେଷ ହେବ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like