ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଲା ପ୍ରେମିକା
ଆଗ୍ରା: ଆଲିଗଡ଼ର ଜଣେ ୧୯ ବର୍ଷ ବୟସ୍କ ଯୁବତୀ ତାଙ୍କ ପ୍ରେମିକ ଉପରକୁ ଏସିଡ୍ ମାଡ଼ କରିଛି। ପ୍ରେମିକ ବାହାହେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଘଟାଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ଯୁବତୀକୁ ଗିରଫ କରିଛି।
ଭାରତୀୟ ପିଙ୍ଗଳ କୋଡ୍ର ୩୨୬ ଏ ଅନୁଯାୟୀ ଯୁବତୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି।
ପୀଡ଼ିତଙ୍କ ମା’ କହିବା ଅନୁଯାୟୀ, ଏହି ଯୁବତୀ ଓ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ମାସେ ତଳେ ଯୁବତୀ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ସେ ଦାବି କରିଛନ୍ତି, ଯୁବତୀ ଜଣକ ତାଙ୍କ ପୁଅ ଉପରେ ଚାପ ପକାଇ ଆସୁଥିଲେ। ଫୋନ୍ କରି ଧମକାଇ ଆସୁଥିଲେ। ଏପରିକି ଘଟଣା ଦିନ ମଧ୍ୟ ସେ ଫୋନ୍ କରି ଧମକାଉଥିଲେ। କିନ୍ତୁ ଯୁବକ ଫୋନ୍ ରିସିଭ୍ ନ କରିବାରୁ ଏଭଳି ଏସିଡ୍ ମାଡ଼ କରିଥିଲେ। ଏହି ସମୟରେ ଯୁବକ ଏକ ଦୋକାନ ନିକଟରେ ଠିଆ ହୋଇଥିଲେ।
ଯୁବତୀ ପାଲଟା ଅଭିଯୋଗ ଆଣିଛନ୍ତି, ଯୁବକ ଜଣକ ତାଙ୍କୁ ଧମକାଇଥିଲେ ବାହା ନହେଲେ ତାଙ୍କ ଅନ୍ତରଙ୍ଗ ଫଟୋ ସବୁ ସୋଶାଲ ମିଡିଆରେ ଭାଇରାଲ କରିଦେବେ। ଡାକ୍ତରୀ ସୂଚନା ଅନୁଯାୟୀ ଯୁବକଙ୍କ ଆଖି ଏହି ଏସିଡ୍ ମାଡ଼ରେ ଗଭୀର ପ୍ରଭାବିତ ହୋଇଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲୁ ରହିଛି।