କଂଗ୍ରେସ ଉପରେ ଅସନ୍ତୁଷ୍ଟ ସମାଜବାଦୀ ପାର୍ଟି ମୁଖ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ସରକାରରେ ସମାଜବାଦୀ ପାର୍ଟି ବିଧାୟକଙ୍କୁ ମନ୍ତ୍ରୀ ନ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳ ଅଧ୍ୟକ୍ଷ ଅଖିଳେଶ ଯାଦବ। ମଧ୍ୟପ୍ରଦେଶରେ କଂଗ୍ରେସ ତାଙ୍କ ବିଧାୟକଙ୍କୁ ମନ୍ତ୍ରୀ ନ କରି ୨୦୧୯ ନିର୍ବାଚନ ପାଇଁ ରାସ୍ତା ସଫା କରିଦେଲା ବୋଲି ଅଖିଳେଶ କହିଛନ୍ତି।

ଏହାଦ୍ୱାରା ଉତ୍ତରପ୍ରଦେଶରେ ଏସ୍‌ପି ଏକାକୀ ଲଢ଼ିବା ସ୍ପଷ୍ଟ ହୋଇଗଲା ବୋଲି ଅଖିଳେସ କହିଛନ୍ତି। ଏହାପରେ ରାଜ୍ୟ କଂଗ୍ରେସ ନେତା ରାଜ ବବର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶଙ୍କ ଅସନ୍ତୋଷ ଦୂର କରାଯିବାକୁ ଚେଷ୍ଟା ହେବ ବୋଲି ସେ କହିଛନ୍ତି।

You might also like