NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ଲକ୍ଷ୍ନୌ: ନିଟ୍‌ରେ ରେ ୭୨୦ରୁ ୭୨୦ ନମ୍ୱର ରଖି ସାରା ଦେଶରେ ଟପର୍ ହୋଇଛନ୍ତି ରାଉରକେଲାର ସୋଏବ୍ ଅଫତାବ। ପୂର୍ବରୁ ନିଟ୍‌ରେ ପୂରା ୭୨୦ରୁ ୭୨୦ କେହି ରଖିନଥିଲେ। ତେବେ କୌତୁହଳର କଥା ହେଉଛି, ଅଫତାବଙ୍କ ସହ ଆଉଜଣେ ଛାତ୍ରୀ ଉତ୍ତର ପ୍ରଦେଶର ଆକାଂକ୍ଷା ସିଂହ ମଧ୍ୟ ୭୨୦ରୁ ୭୨୦ ମାର୍କ ରଖିଛନ୍ତି।

ଦୁଇ ଜଣ ସମାନ ନମ୍ବର ରଖି ଜଣେ ଅଲ୍‌ ଇଣ୍ଡିଆ ରାଙ୍କ ୧ ଓ ଆଉ ଜଣେ ରାଙ୍କ ୨ ପାଇଛନ୍ତି। ଏହା ନିଷ୍ପତ୍ତି ହୋଇଥିଲା ନିଟ୍‌ର ଟାଇ-ବ୍ରେକର ପଲିସୀ ଦ୍ୱାରା। ନିୟମ କହୁଛି ଯଦି ଦୁଇଜଣ ସମାନ ନମ୍ୱର ରଖୁଛନ୍ତି ତେବେ ଯାହାର ବୟସ ଅଧିକ ସେ ଉପରେ ରହିବେ। ଏହି ବୟସ ଆଧାରରେ ଅଫତାବ ଆକାଂକ୍ଷାଙ୍କଠାରୁ ଉପର ରାଙ୍କରେ ରହିଛନ୍ତି। ଅଫତାବ ଆକାଂକ୍ଷାଙ୍କଠାରୁ ବର୍ଷେ ବଡ଼। ଅଫତାବଙ୍କ ବୟସ ୧୮ ‍ବର୍ଷ ହୋଇଥିବାବେଳେ ଆକାଂକ୍ଷାଙ୍କ ବୟସ ୧୭।

ଆକାଂକ୍ଷାଙ୍କ ଘର ଉତ୍ତର ପ୍ରଦେଶର କୁଶିନଗରରେ। ମେଡିକାଲ୍‌ ପାଠ ପଢିବା ପାଇଁ ତାଙ୍କର ଭାରି ଇଚ୍ଛା। ତେଣୁ ସେ ତାଙ୍କ ଘରଠାରୁ ୭୦ କିଲୋମିଟର ଦୂରରେ ଥିବା ଗୋରଖପୁରର ଏକ କୋଚିଂ ଇନଷ୍ଟିଚ୍ୟୁଟକୁ ଯିବା ଆସିବା କରୁଥିଲେ। ଆକାଂକ୍ଷା କହିଛନ୍ତି , କୁଶିନଗରରେ ଭଲ କୋଚିଂ ଇନଷ୍ଟିଚ୍ୟୁଟ ନାହିଁ। ମୋର କିନ୍ତୁ ଡାକ୍ତର ହେବା ଇଚ୍ଛା ଥିଲା ଓ ଏମ୍ସରେ ପଢିବାର ଇଚ୍ଛା ଥିଲା। ତେଣୁ ମୁଁ ପ୍ରତିଦିନ ଗୋରଖପୁରର ଏକ ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟକୁ ଯିବା ଆସିବା କରୁଥିଲି। ଟ୍ରାଭେଲିଂରେ ମୋର ୪ ଘଣ୍ଟା ସମୟ ଯାଉଥିଲା। ଦଶମ ଶ୍ରେଣୀ ପାସ୍‌ କଲା ପରେ ମୁଁ ଦିଲ୍ଲୀ ଆସି ଯୁକ୍ତ ଦୁଇ ପଢିଲି ଓ ଏକ ଭଲ ଇନଷ୍ଟିଚ୍ୟୁଟରେ କୋଚିଂ ନେଲି।  ଏଥର ନିଟ୍‌ରେ ମୁଁ ୭୦୦ ମାର୍କ ରଖିବି ବୋଲି ଆଶା କରିଥିଲି। ପରୀକ୍ଷା ପାଇଁ ଦିନକୁ ୧୦ ଘଣ୍ଟାରୁ ୧୨ ଘଣ୍ଟା ପଢୁଥିଲି। ଅନଲାଇନ କ୍ଲାସ ମଧ୍ୟ କରୁଥିଲି। ପାଠପଢାରେ ଉତ୍ସାହିତ ହେବା ପାଇଁ ପବ୍ଲିକ ସ୍ପିକରମାନଙ୍କ ଭିଡିଓ ଦେଖୁଥିଲି।

ପରୀକ୍ଷା ଘୁଞ୍ଚିଯିବାରୁ ସେ ନୋଟ୍ ରିଭାଇଜ କରିବା ପାଇଁ ଅଧିକ ସମୟ ପାଇଲେ ଓ ବୋର୍ଡ ପରୀକ୍ଷା ପାଇଁ ବାଲାନ୍ସ କରିପାରିଲେ ବୋଲି ଆକାଂକ୍ଷା କହିଛନ୍ତି। ଆକାଂକ୍ଷାଙ୍କ ଲକ୍ଷ୍ୟ ସେ ନ୍ୟୁରୋ ସର୍ଜରୀ ଉପରେ ଅଧିକ ଗବେଷଣା କରିବେ। ଏମ୍‌ବିବିଏସ ପରେ ସେ ମେଡିସିନ୍ ପ୍ରାକ୍ଟିସ କରିବେ। କୋଭିଡ ସମୟରେ ଡାକ୍ତରମାନେ ଯେଉଁଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ସେବା କରୁଛନ୍ତି ତାହା ତାଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି। ସମାଜରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦାୟିତ୍ୱ ଓ ପ୍ରାଧାନ୍ୟ ବହୁତ ବେଶି ବୋଲି ସେ କହିଛନ୍ତି। ଆକାଂକ୍ଷାଙ୍କ ବାପା ରାଜେନ୍ଦ୍ର କୁମାର ରାଓ ଜଣେ ଅବସରପ୍ରାପ୍ତ ଆଇଏଏଫ୍ ଅଫିସର ଓ ମାଆ ରୁଚି ସିଂହ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ।

ଆହୁରି ପଢ଼ନ୍ତୁ

ଏକାଧିକ ଲଗ୍‌ଜୁରୀ କାର୍‌କୁ ଘାଇରେ ଫିଙ୍ଗିଦେଲା ଭୋଲ୍‌ଭୋ କମ୍ପାନୀ

ଲଞ୍ଚ ହେଲା ପୃଥିବୀର ଦାମୀ ପର୍ସ; ମୂଲ୍ୟ‌ କେତେ ଜାଣନ୍ତି ?

୬ ମହିଳା ଗର୍ଭବତୀ, ସ୍ୱାମୀ କହିଲେ-ସବୁ ପିଲାଙ୍କର ବାପା……

କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍‌ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?

ପୂର୍ବରୁ କେଉଁ ବର୍ଷରେ ପଡ଼ିଛି ନାଗାର୍ଜୁନ ବେଶ ? ଶେଷଥର କେବେ ହୋଇଥିଲା ଏହି ଦୁର୍ଲଭ ବେଶ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

You might also like