କ଼ରୋନାରେ ଚାଲିଗଲେ ଲୋକଦଳ ନେତା ଅଜିତ ସଂହ

ନୂଆଦିଲ୍ଲୀ: ୮୮ ବର୍ଷ ବୟସ୍କ ରାଷ୍ଟ୍ରୀୟ ଲୋକଦଳ ନେତା ଅଜିତ ସଂହଙ୍କର କରୋନାରେ ମୃତ୍ୟୁ ଘଟିଛି । ଅଜିତ୍‌ ସିଂ କରୋନା ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଜିତ ସିଂହ ପୂର୍ବରୁ ଆମେରିକାରେ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଭଲ ଚାକିରି କରିଥିଲେ । ସେ ଭାରତ ଫେରିବାକୁ ଚାହିଁ ନ ଥିଲେ । ହେଲେ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେବା ପାଇଁ ସେ ଭାରତ ଫେରି ରାଜନୀତିରେ ଭାଗ ନେଇଥିଲେ ।

୬୦ ଦଶକରେ ଦୁନିଆର ସବୁଠାରୁ ବଡ କମ୍ପ୍ୟୁଟର କମ୍ପାନୀ ଆଇବିଏମର ଆମେରିକା ସ୍ଥିତ ମୁଖ୍ୟାଳୟରେ କାମ କରୁଥିବା ଭାରତର ହାତଗଣତି କେତେକ ଭାରତୀୟଙ୍କ ମଧ୍ୟରେ ଅଜିତ ସିଂହ ଜଣେ ଥିଲେ । ସେଠାରେ ସେ କମ୍ପ୍ୟୁଟର ଇଞ୍ଜିନିୟର କ୍ଷେତ୍ରରେ ନିଜ ସ୍ଥିତି ମଜବୁତ୍‌୍ କରି ନେଇଥିଲେ । ୮୦ ଦଶକରେ ପ୍ରକାଶିତ ଖବରରୁ ଯାହା ଜଣାପଡେ ସେ ଭାରତ ଆସିବାକୁ ବିଶେଷ ଆଗ୍ରହୀ ନ ଥିଲେ । ହେଲେ ପିତା ଚରଣ ସିଂହଙ୍କ ପାଇଁ ଭାରତ ଫେରି ରାଜନୀତିରେ ପାଦ ଥାପି ଥିଲେ ।
ଲକ୍ଷ୍ନୌ ବିଶ୍‌:ବିଦ୍ୟାଳୟରୁ ବିଏସ୍ସି ପାସ କରିଥିଲେ । ଏହା ପରେ ସେ ଆଇଆଇଟି ଖଡଗପୁରରେ ପଢିବା ପାଇଁ ମନୋନୀତ ହୋଇଥଲେ । ସେ ବହୁତ ଭଲ ପାଠ ପଢୁଥିଲେ । ସେଠାରୁ ଆସିବା ପରେ ୬୦ ଦଶକରେ ଆମେରିକା ଚାଲି ଯାଇଥିଲେ । କମ୍ପ୍ୟୁଟର ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ସେ ଆମେରିକା ଯାଇଥିଲେ । ସେଠାରେ ପ୍ରାୟ ୧୬-୧୭ ବର୍ଷ ରହି କାମ କରିଥିଲେ । ସେଠାରେ ସେ ଭଲ ବେତନ ପାଉଥିଲେ । ଭିନ୍ନ ପ୍ରକାର ଥିଲା ତାଙ୍କର ଜୀବନ ଶୈଳୀ ।
୮୦ ଦଶକରେ ଚରଣ ସିଂ ନିଜ ଦଳ ପାଇଁ ଉତ୍ତରାଧିକାରୀ ଖୋଜିଥିଲେ । ତାଙ୍କର ଇଚ୍ଛା ଥିଲା ପୁଅ ଅଜିତ୍ ଭାରତ ଫେରି ଆସି ରାଜନୀତିରେ ତାଙ୍କୁ ସହଯୋଗ କରନ୍ତୁ । କୁହାଯାଏ, ବାପାଙ୍କ ଅନୁରୋଧ ଆଗରେ ଅଜିତ ହାରି ଯାଇଥିଲେ ଏବଂ ଭାରତ ଫେରି ଆସିଥିଲେ ।

୧୯୮୬ରେ ଯେତେବେଳେ ପିତା ଚରଣ ସିଂ ରୋଗଗ୍ରସ୍ତ ହୋଇପଡ଼ିଲେ,ସେତେବେଳେ ଅଜିତ୍‌ ରାଜ୍ୟସଭା ଦେଇ ସାଂସଦରେ ପହଞ୍ଚିଥିଲେ । ଏହି ସମୟରେ ଲୋକଦଳ ଦୁଇ ଭାଗ ହୋଇ ଯାଇଥିଲା । ସେ ଲୋକଦଳ ଏର ନେତୃତ୍‌: ସେ ନେଇଥିଲେ ।

୧୯୮୭ରେ ସେ ଲୋକଦଳ (ଏ)ର ଅଧ୍ୟକ୍ଷ ହୋଇଥିଲେ । ପରେ ତାଙ୍କ ଦଳ ଜନତା ଦଳରେ ମିଶିଥିଲା ଏବଂ ୧୯୮୮ରେ ସେ ଏହାର ଅଧ୍ୟକ୍ଷ ହୋଇଥିଲେ । ୧୯୮୯ରେ ଜନତା ଦଳର ମହାସଚିବ ହୋଇଥିଲେ ।
୧୯୮୯ରେ ସେ ଭିପି ସିଂହ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।୧୯୯୧ରେ ସେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପିଭି ନରସିଂହ ରାଓ ସରକାରରେ ମନ୍ତ୍ରୀ ହୋଇଥିଲେ । ୧୯୯୯, ୨୦୦୪, ୨୦୦୯ରେ ନିର୍ବାଚିତ ହୋଇଥିଲେ । ୨୦୦୧ରୁ ୨୦୦୩ରେ ଅଟଳବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ସେ ଥିଲେ ।

You might also like