ପରଲୋକରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ
ରାୟପୁର: ଛତିଶଗଡ଼ର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତଙ୍କ ଯୋଗୀଙ୍କ ପରଲୋକ ହୋଇଛି। ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଜିତଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଅମିତ ଯୋଗୀ ଟ୍ୱିଟରେ ସୂଚନା ଦେଇଛନ୍ତି।
ମେ ୯ ତାରିଖରେ ୭୪ ବର୍ଷୀୟ ଅଜିତ ତାଙ୍କ ଛତିଶଗଡ଼ସ୍ତିତ ବାସଭବନରେ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ସେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।
वेदना की इस घड़ी में मैं निशब्द हूँ।परम पिता परमेश्वर माननीय @ajitjogi_cg जी की आत्मा को शांति और हम सबको शक्ति दे।
उनका अंतिम संस्कार उनकी जन्मभूमि गौरेला में कल होगा। pic.twitter.com/TEtAqsEFl4
— Amit Jogi (@amitjogi) May 29, 2020
ଅଜିତ ଯୋଗୀ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନମ୍ଭେମ୍ବର ୨୦୦୦ମସିହାରୁ ୨୦୦୩ ନଭେମ୍ବର ଦାୟିତ୍ୱ ତୁଲାଇଥିଲେ। ୨୦୧୬ରୁ ଅଜିତ କଂଗ୍ରେସ ଠାରୁ ଅଲଗା ହୋଇ ଜନତା କଂଗ୍ରେସ ଛତିଶଗଡ଼ ନାମରେ ଏକ ଦଳ ଗଠନ କରିଥିଲେ।
ତାଙ୍କ ବିୟୋଗର ଛତିଶଗଡ଼ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଆଜିତ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଇଣ୍ଡିଆନ୍ ପୁଲିସ୍ ସର୍ଭିସ୍(IPS) ଓ ଇଣ୍ଡିଆନ୍ ଆଡ୍ମିନିଷ୍ଟ୍ରେଟିଭ୍ ସର୍ଭିସ୍ (IAS) ପରୀକ୍ଷାରେ ଉତ୍ତିନ ହୋଇଥିଲେ। ସେ ମଧ୍ୟପ୍ରଦେଶ ଇନ୍ଦୋରର ଜିଲ୍ଲାପାଳ ଭାବେ ୧୯୮୧ରୁ ୧୯୮୫ ପର୍ଯ୍ୟନ୍ତ କାମ କରିଛନ୍ତି। ତେବେ ୨୦୦୦ ମସିହାରେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ରାଜ୍ୟସଭା ଏମ୍ପି ଭାବେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ।