ଜମ୍ମୁ-କଶ୍ମୀରରେ ଡୋଭାଲ: ସ୍ଥିତି ସମୀକ୍ଷା କଲେ, ସୁରକ୍ଷାକର୍ମୀଙ୍କ ସହ ଖାଇଲେ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାରେ ଲାଗିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତକୁ ଯାଇ ଡୋଭାଲ ସ୍ଥିତି ସମୀକ୍ଷା କରିବା ସହ ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଉଛନ୍ତି।

ନୂଆ କଶ୍ମୀର ଗତକାଲି ଇଦ୍‌ ପାଳନ କରିଥିଲା। ଏହି ସମୟରେ ଡୋଭାଲ ମଧ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷାରେ ଲାଗିଥିଲେ। କିଛି ସମୟ ପାଇଁ ଶ୍ରୀ ଡୋଭାଲ ସିଆରପିଏଫ୍‌ ଓ ଜମ୍ମୁ-କଶ୍ମୀର ପୁଲିସ୍‌ କର୍ମଚାରୀଙ୍କୁ ଭେଟି ସେମାନଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଥିଲେ। ସିଚ୍ୟୁଏସନ୍‌ କ୍ୟାବିନରେ ସେ ସମସ୍ତ ସୁରକ୍ଷାକର୍ମୀ ଓ ପୁଲିସ୍‌ଙ୍କୁ ଭେଟି ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ।

ଜମ୍ମୁ-କଶ୍ମୀର ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ଏହାପରେ ସେ ସମସ୍ତ ସୁରକ୍ଷାକର୍ମୀଙ୍କ ସହ ମିଶି ଖାଦ୍ୟ ଖାଇଥିଲେ।
ଶ୍ରୀ ଡୋଭାଲ ଅଗଷ୍ଟ ୧୫ ଯାଏ ଜମ୍ମୁ-କଶ୍ମୀରରେ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପରଲୋକରେ ସଞ୍ଜୀବ ଦତ୍ତା

You might also like