ବିମାନ ଅପହରଣ ଧମକ ପରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ୍‌ ସେଣ୍ଟର୍‌କୁ ବିମାନ ହାଇଜ୍ୟାକ୍‌ ନେଇ ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍ ଆସିବା ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି। ବିମାନ ବନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବ୍ୟୁରୋ ଅଫ୍ ସିଭିଲ୍‌ ଏଭିଏସନ୍‌ ଦେଶର ସମସ୍ତ ବିମାନବନ୍ଦର ସହିତ ସିଆଇଏସ୍‌ଫ୍‌କୁ ନିର୍ଦ୍ଦେଶ ଦେଇଛି।

ପୂର୍ବରୁ କାନ୍ଦାହାର ଘଟଣା ଏବେବି ମନରୁ ଲିଭିନଥିବାବେଳେ ପୁଲ୍‌ୱାମା ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି ସରକାର।

ଏହି ଧମକ ପରେ ବିମାନ ବନ୍ଦରର ସୁରକ୍ଷା ବଢ଼ାଇ ଦିଆଯାଇଛି। ଏବଂ ବୋର୍ଡିଂ ପୂର୍ବରୁ କାର୍‌ ପାର୍କିଂସ୍ଥଳକୁ ଯାଉଥିବା ପ୍ରତ୍ୟେକ ଗାଡ଼ି ଏବଂ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି। ସମସ୍ତ ବିମାନ ବନ୍ଦର ଓ ବିମାନ କର୍ତ୍ତୃପକ୍ଷ କଣ କଣ ପଦକ୍ଷେପ ନେବେ ସେ ନେଇ ତାଲିକା ଆସିଛି।

ଟର୍ମିନାଲ୍ ଏବଂ ଅପରେସନାଲ ଅଞ୍ଚଳରେ ସୁରକ୍ଷା ଅତି କଡ଼ାକଡ଼ି କରାଯିବ। ଏବଂ ସମସ୍ତ ଗାଡ଼ିକୁ ଟିକିନିଖି ଯାଞ୍ଚ କରାଯିବ। ବିମାନବନ୍ଦରର ପ୍ରବେଶ ସ୍ଥାନରେ ଯାତ୍ରୀ, କର୍ମଚାରୀ, ବ୍ୟାଗ୍‌, କାର୍ଗୋ ଏବଂ କ୍ୟାଟରିଂ ଆଦି ମଧ୍ୟ ଯାଞ୍ଚ କରାଯିବ। କ୍ୱିକ୍‌ ରିଆକ୍‌ସନ୍‌ ଟିମ୍‌ ନିୟୋଜିତ କରାଯିବା ସହିତ ପ୍ରାଥମିକ ସ୍ତରର ସୁରକ୍ଷା ମଧ୍ୟ କଡ଼ାକଡ଼ି ହେବ।

ପୁଲ୍‌ୱାମା ଆକ୍ରମଣ ପରଠାରୁ ହିଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରିଦେଇଥିଲା। ଏବେକାର ଧମକ ସୁରକ୍ଷାବଳୟକୁ ଆହୁରି ବଢ଼ାଇଦେଇଛି।

ବିସିଏଏସ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ନୋଟ୍‌ରେ ଏୟାର ପୋର୍ଟ ସିକ୍ୟୁରିଟି ୟୁନିଟ୍‌, ଆଭିଏସନ୍‌ ସିକ୍ୟୁରିଟି ଗ୍ରୁପ୍‌ ଏବଂ ସମସ୍ତ ବିମାନ କର୍ତ୍ତୃପକ୍ଷଙ୍କ ପାଇଁ ୮ଟି ନିର୍ଦ୍ଦେଶ ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like