ଚିଦାମ୍ୱରମ୍ ଏବଂ କାର୍ତ୍ତୀଙ୍କ ଜାମିନ ରଦ୍ଦ ପାଇଁ ଇଡି ଓ ସିବିଆଇର ଆବେଦନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଏବେ ସିବିଆଇ ହେପାଜତରେ। ଅନ୍ୟପଟେ ଏୟାରସେଲ୍-ମାକ୍ସିସ୍ କେସରେ ଉଭୟ ପି. ଚିଦାମ୍ୱରମ୍ ଏବଂ କାର୍ତ୍ତୀ ଚିଦାମ୍ୱରମଙ୍କ ଜାମିନ ରଦ୍ଦ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ସିବିଆଇ ଦିଲ୍ଲୀର ରାଓ୍ୱଜ୍ ଏଭେନ୍ୟୁ କୋର୍ଟରେ ଆବେଦନ କରିଛନ୍ତି।

ଉଭୟ ବାପା ଓ ପୁଅ ଦୁର୍ନୀତି କରିଥିବା ବିରୋଧରେ ଆବଶ୍ୟକ ପ୍ରମାଣ ରହିଛି ବୋଲି ଇଡି କହିଛି। ତେଣୁ ଜାମିନ ଦେଇ ଦେଲେ ଚିଦାମ୍ୱରମ ପ୍ରମାଣ ନଷ୍ଟ କରିଦେବେ ବୋଲି ଉଭୟ ତଦନ୍ତକାରୀ ସଂସ୍ଥା କୋର୍ଟରେ ଦର୍ଶାଇଛନ୍ତି।

ଏହି ମାମଲାରେ ଗତ ଅଗଷ୍ଚ ୨୩ରେ ସୁପ୍ରିମକୋର୍ଟ ଶୁଣାଣି କରି ସେପ୍ଚେମ୍ୱର ୩ ଯାଏ ଇଡି ଏୟାରସେଲ୍ ମାକ୍ସିସ କେସରେ ବାପପୁଅଙ୍କୁ ଗିରଫ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଚିଦାମ୍ୱରମ ଦେଶର ଅର୍ଥମନ୍ତ୍ରୀ ଥିବା ବେଳେ ଏୟାରସେଲ ମାକ୍ସିସ ଡିଲକୁ କ୍ଷମତା ବାହାରେ ଅନୁମତି ଦେଇଥିଲେ। ଏହି ଡିଲ୍ ୩୫୦୦ କୋଟି ଟଙ୍କାର ହୋଇଥିଲା। ମନ୍ତ୍ରିମଣ୍ଡଳକୁ ଚିଦାମ୍ୱରମ୍ ଏହି ଡିଲ୍ ବାବଦରେ ଅବଗତ ନକରାଇ ନିଜେ ଅନୁମତି ଦେଇ ଦେଇଥିବା ଅଭିଯୋଗ ହୋଇଛି। ଚିଦାମ୍ୱରମ୍ ୬୦୦ କୋଟି ଟଙ୍କାର ଡିଲକୁ ଏକାକୀ ମଞ୍ଜୁରୀ ଦେବାର ସେତେବେଳେ କ୍ଷମତା ଥିଲା।

ଇଡି କହିଛି ଏଯାଏ ୯୦ ଲକ୍ଷ ଟଙ୍କାର ସମ୍ପତି ଜବତ ହୋଇସାରିଛି। ଏବେ ୧୭ଟି ବ୍ୟାଙ୍କ ସହ ପରୋକ୍ଷ ଭାବରେ ବାପପୁଅଙ୍କର ଲିଙ୍କ୍ ଥିବା ଇଡି ଦାବି କରିଛି। ତେଣୁ ଜାମିନ୍ ଦେଇଦେଲେ ସମସ୍ତ ପ୍ରମାଣ ବାପପୁଅ ନଷ୍ଟ କରି ଦେବେ ବୋଲି ଇଡି କୋର୍ଟରେ କହିଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like