ପାକିସ୍ତାନରେ ଏୟାର୍‌ ଷ୍ଟ୍ରାଇକ୍ ପରେ ସୃଷ୍ଟି ହୋଇଛି ମୋଦି ହାୱା: ୟେଦୁରପ୍ପା

ବେଙ୍ଗାଲୁରୁ: ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକପରେ ଦୁଇଦେଶ ମଧ୍ୟରେ ପରିସ୍ଥିତି  ଏବେ ଉତ୍ତେଜନାମୂଳକ ରହିଛି। କିନ୍ତୁ ଏୟାର ଷ୍ଟ୍ରାଇକପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଏକ ହାୱା ସୃଷ୍ଟି ହୋଇଛି। ଏହା ଆଗାମୀ ନିର୍ବାଚନରେ ବିଜେପିକୁ ସହାୟକ ହେବ। ଏହା କହିଛନ୍ତି, କର୍ଣ୍ଣାଟକର ବିଜେପି ମୁଖ୍ୟ ବି.ଏସ୍‌. ୟେଦୁରପ୍ପା। କେବଳ ସେତିକି ନୁହେଁ, ଆସନ୍ତା ମେ ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ୨୮ଟି ସିଟରୁ ୨୨ଟି ସିଟ୍‌ ଅକ୍ତିଆର କରିବ ବୋଲି ସେ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।

ଅନ୍ୟପଟେ ୟେଦୁରପ୍ପାଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ।  ଆତଙ୍କବାଦ ବିରୋଧରେ ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ସେନାବାହିନୀକୁ ସାରାଦେଶ ସମର୍ଥନ କରୁଥିବା ବେଳେ ବିଜେପି ନେତା ଲୋକସଭାରେ କେତୋଟି ଆସନ ମିଳିବ ସେ ବିଷୟରେ ହିସାବ କରୁଛନ୍ତି।  ଜବାନମାନଙ୍କର ବୀରତ୍ୱକୁ ରାଜନୀତିରେ ଫାଇଦା ପାଇଁ ବ୍ୟବହାର କରିବା ଲଜ୍ଜାଜନକ ବୋଲି କୁମାରସ୍ୱାମୀ ଟ୍ୱିଟ୍ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

You might also like