ଦିଲ୍ଲୀକୁ ଦୁଇଟି ଭୟ; ଗୋଟିଏ ପ୍ରଦୂଷଣ ଅନ୍ୟଟି କରୋନା ସଂକ୍ରମଣ, ଚିନ୍ତାରେ ପଡ଼ିଲେଣି ସରକାର

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଗତ କିଛି ଦିନ ଧରି ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇଥିବା ଦିଲ୍ଲୀବାସୀଙ୍କ ପାଇଁ ଏବେ ସମସ୍ୟା ବଢାଇଛି। ଯମୁନା ନଦୀରେ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣ  ବାୟୁ ପ୍ରଦୂଷଣର ମାଡ଼ ସହୁଥିବା ଦିଲ୍ଲୀରେ ଏବେ ଜଳ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇଥିବାବେଳେ ସରକାରଙ୍କର ବି ନିଦ ହଜାଇଛି।

ସେପଟେ ଖାଲି ପରିବେଶ ନୁହେଁ, ଏବେ ଦିଲ୍ଲୀ ପରିବେଶ ପାଇଁ ଦୁଇ ଆଡୁ ବିପଦ ରହିଛି। କହିବାକୁ ଗଲେ ଦିଲ୍ଲୀବାସୀଙ୍କୁ ବି ଦୁଇ ପଟୁ ଭୟ ରହିଛି। ଦିନକୁ ଦିନ ହ୍ରାସ ପାଉଥିବା ବାୟୁ ପ୍ରଦୂଷଣର ମାନ ସିଧାସଳଖ କରୋନା ସଂକ୍ରମଣରେ ଉପରେପ୍ରଭାବ ପକାଇଛି।

କେବଳ ଦିଲ୍ଲୀ ନୁହେଁ, ଆଖ ପାଖ ଅଞ୍ଚଳ ବି ଦୁଇ ଦୁଇଟି ବିପଦ ଘେରରେ ରହିଛି। ଗୋଟିଏ ବାୟୁ ପ୍ରଦୂଷଣ, ଅନ୍ୟଟି ଭୂତାଣୁ ସଂକ୍ରମଣ। ଦିଲ୍ଲୀ ଓ ଏନ୍ସିଆର୍‌ରେ ବାୟୁର ମାନ ତଳକୁ ଖସିବା ଠାରୁ, ଗୁରୁଗ୍ରାମ୍, ଫରିଦାବାଦ, ରୋହତକ୍ ଓ ଭିଓ୍ୱାନୀ ଅଦି ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ହାରରେ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଗୁରୁଗ୍ରାମ୍‌ରେ ଅକ୍ଟୋବରରେ ଦୈନିକ ୩୫୦ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ, ଗତ ୩ ଦିନ ଧରି ଦୈନିକ ପ୍ରାୟ ୫୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଦୂଷଣ ଓ କରୋନାର ମିଳିତ ବୃଦ୍ଧି କୌଣସି ଭୌଗଳିକ ସୀମା ମାନେ ନାହିଁ ବୋଲି ସତର୍କ କରାଇଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ. ପଲ୍।

ସେପଟେ ଆଗକୁ ଦୀପାବଳି ଆସୁଥିବାରୁ ପ୍ରଦୁଷଣ ଓ କରୋନା ସଂକ୍ରମଣକୁ ନେଇ ଦିଲ୍ଲୀ ସରକାର ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପ୍ରଦୂଷଣରେ ଲଗାମ ଲଗାଇବାକୁ ଗତବର୍ଷ ଭଳି, ଏବର୍ଷ ମଧ୍ୟ ବାଣ ମୁକ୍ତ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍।

ସେ କହିଛନ୍ତି ଯେ, ଗତବର୍ଷ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ଦିଲ୍ଲୀରେ ସରକାରଙ୍କ ପକ୍ଷରୁ ସେଣ୍ଟ୍ରାଲ୍ ପାର୍କରେ ମେଗା ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ସୋ ଆୟୋଜନ କରାଯାଇଥିଲା। ତେବେ ଚଳିତବର୍ଷ ୨ କୋଟି ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ପାଳନ ହେବ। ଏହା ସା ୭ଟା ୩୯ରେ ଲାଇଭ୍ ଷ୍ଟ୍ରିମ୍ ହେବ ଏବଂ ସମସ୍ତେ ଘରେ ରହି ଏହାକୁ ଦେଖିବାର ସୁଯୋଗ ପାଇବେ।  ସମସ୍ତଙ୍କୁ ଦୀପାବଳିରେ ଘରେ ରହି ବାଣ ନପୋଡ଼ି, ରୀତି ଅନୁସାରେ ଲକ୍ଷ୍ମୀପୂଜା କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନା ଥାଉକି, କିଛି ଦିନ ତଳେ ପ୍ରକାଶିତ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୧୫ ପ୍ରତିଶତ କରୋନା ମୃତ୍ୟୁ, ବାୟୁ ପ୍ରଦୂଷଣ ସହ ଜଡ଼ିତ।

ଆହୁରି ପଢ଼ନ୍ତୁ

ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୧୭

ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ଆଖି ବୁଜିଲେ ୧୪

ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

You might also like