କରୋନା ଉତ୍ପତ୍ତି ସ୍ଥଳକୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଉହାନ୍‌କୁ ଯିବ ଏୟାର ଇଣ୍ଡିଆ ବିମାନ। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ହେବ।

ବନ୍ଦେ ଭାରତ ମିଶନ୍‌ରେ ଆସନ୍ତା ୩୦ ତାରିଖରେ ଏହି ବିମାନ ପ୍ରଥମ ଥର ପାଇଁ ଚୀନ ଯିବ। ତାହା ପୁଣି କରୋନାର ଉତ୍ପତ୍ତି ସ୍ଥଳି ଉହାନ୍‌କୁ। ଦିଲ୍ଲୀରୁ ବିମାନରେ ଚୀନର ନାଗରିକଙ୍କୁ ଫେରାଇ ନିଆଯିବ। ସେହିପରି ଚୀନରେ ଥିବା ଭାରତୀୟମାନେ ଏହି ବିମାନ ଜରିଆରେ ସ୍ୱଦେଶକୁ ଫେରିବେ। ଏନେଇ ବେଜିଂରେ ଅବସ୍ଥାପିତ ଭାରତୀୟ ଦୂତାବାସ ସହ ସମସ୍ତ ଯୋଗାଯୋଗ ଶେଷ ହୋଇଛି।

କରୋନା ମହାମାରୀର ମୁକାବିଲା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍ ବେଳେ ୫ଟି ବିମାନ ଭାରତରୁ ଚୀନକୁ ଯାଇଛି। ତେବେ କରୋନାର ସଂଖ୍ୟା ବଢ଼ିବା ପରେ ଚୀନ ସହ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା।

You might also like