ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚାଇବା ଲାଗି ଉଡ଼ିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ବିମାନ ଚଳାଇବ ଏୟାର ଇଣ୍ଡିଆ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଚି, ଅହମ୍ମଦାବାଦ୍, ବେଙ୍ଗଳୁରୁ, ହାଇଦ୍ରାବାଦ୍ ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ଏହି ବିମାନ ଚାଲିବ। ଜୁନ୍‌ ୨ ତାରିଖ ଯାଏଁ ଏହି ସେବା ଜାରି ରହିବ।

ଦେଶରେ ବିଭିନ୍ନ ସହରରେ ଅଟକି ଥିବା ଲୋକଙ୍କ ବ୍ୟତିତ ବିଦେଶରୁ ଆଣାଯାଇଥିବା ଲୋକେ ମଧ୍ୟ ଏହି ଫ୍ଲାଇଟରେ ନିଜ ନିଜ ଘରକୁ ଯାଇପାରିବେ। ତେବେ ସେମାନଙ୍କ କ୍ଷେତ୍ରରେ କଡ଼ା କ୍ୱାରେଣ୍ଟିନ ନିୟମ ଲାଗୁ ହେବ।

ଯେଉଁମାନେ କରୋନା ନେଗେଟିଭ୍ ଥିବେ କେବଳ ସେଇମାନେ ହିଁ ବିମାନରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି ମିଳିବା ପରେ ହିଁ ଏହି ସ୍ୱତନ୍ତ୍ର ସେବା ଆରମ୍ଭ କରାଯିବ।

ଏୟାର ଇଣ୍ଡିଆ ୱେବ୍‌ସାଇଟରୁ ଅନ୍‌ଲାଇନରେ ଟିକଟ କିଣି ହେବ। ସେପଟେ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ ହେବା ପୂର୍ବରୁ ବିମାନବନ୍ଦରଗୁଡ଼ିକରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରାଯାଇଛି।

You might also like