ଏୟାର ଇଣ୍ଡିଆରୁ ସାମୁହିକ ଇସ୍ତଫା ଦେଲେ ବହୁ ସଂଖ୍ୟକ ପାଇଲଟ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆରେ ଏବେ ସଙ୍କଟ ଦେଖା ଦେଇଛି। ଦରମା ଓ ପଦୋନ୍ନତିରେ ଅସନ୍ତୁଷ୍ଟ ଯୋଗୁ ଅନେକ ପାଇଲଟ୍ ସାମୁହିକ ଇସ୍ତଫା ଦେଇଛନ୍ତି।

ଦରମା ବୃଦ୍ଧି ଓ ପଦୋନ୍ନତି ପାଇଁ କିଛି ପାଇଲଟ୍  ଦାବି କରିଥିଲେ। କିନ୍ତୁ ସେମାନଙ୍କର ଦାବିକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ୧୨୦ଜଣ ଏୟାରବସ୍ A-320 ପାଇଲଟମାନେ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ପାଇଲଟଙ୍କ ଇସ୍ତଫା ଯୋଗୁ ବିମାନସେବା ପ୍ରଭାବିତ ହେବ ନାହିଁ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏବେ ଏହି ବିମାନ ସଂସ୍ଥା ପାଖରେ ୨ହଜାର ପାଇଲଟ ଅଛନ୍ତି।

ଏୟାର ଇଣ୍ଡିଆ ଏବେ ୬୦ହଜାର କୋଟିରୁ ଅଧିକ ଟଙ୍କା ଋଣଭାର ବୁଡ଼ି ରହିଛି।  ଏହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ଯୋଜନା ରହିଛି।

You might also like