୨ ଡୋଜ୍‌ ଟିକା ନେଇ କରୋନାରେ ଆକ୍ରାନ୍ତ ହୋଇ ଦେଶରେ କାହାର ମୃତ୍ୟୁ ହୋଇନାହିଁ: ଏମ୍ସ

ଏମ୍ସ ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ବି ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କର ଦେଶରେ ମୃତ୍ୟୁ ହୋଇନାହିଁ। ଏକ ଅନୁଧ୍ୟାନ ପରେ ଦିଲ୍ଲୀ ଏମ୍ସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଗତ ଏପ୍ରିଲରୁ ମେ ମାସ ଭିତରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଜେନୋମିକ ସିକ୍ୱେନ୍ସିଂ ଗବେଷଣାରୁ ଏମ୍ସ ବିଶେଷଜ୍ଞମାନେ ଏଭଳି ତଥ୍ୟ ହାସଲ କରିଛନ୍ତି। ଗବେଷଣାରେ ସାମିଲ ୬୩ ଜଣଙ୍କ ମଧ୍ୟରୁ ୩୬ ଜଣ ଟିକାର ଡବଲ ଡୋଜ୍ ଓ ୨୭ ଜଣ ସିଙ୍ଗଲ ଡୋଜ୍ ନେଇଥିଲେ ।

ସେହିପରି ୧୦ ଜଣ କୋଭିସିଲ୍ଡ ଓ ୫୩ ଜଣ କୋଭାକ୍ସିନ ଟିକା ନେଇଥିଲେ ଯାହାଙ୍କ ମଧ୍ୟରୁ ୪୧ ଜଣ ପୁରୁଷ ଓ ୨୨ ଜଣ ମହିଳା ମଧ୍ୟ ଥିଲେ। ତେବେ ଏହି ଲୋକମାନେ ଅନ୍ୟ କୌଣସି ରୋଗରେ ପୀଡ଼ିତ ନଥିଲେ। ଏମିତିକି ଏମାନଙ୍କୁ ୫ରୁ ୭ ଦିନ ଯାଏଁ ଅତ୍ୟଧିକ ଜ୍ୱର ଥିଲେ ବି କେହି ବି ପ୍ରାଣ ହରାଇ ନାହାନ୍ତି। ସମସ୍ତଙ୍କ ବୟସ ୨୧ରୁ ୯୨ ମଧ୍ୟରେ ରହିଥିଲା ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

You might also like