ରାସ୍ତାକୁ ଓହ୍ଲାଇଲେ ଏମ୍ସ ନର୍ସ

ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ ଜରୁରୀ ସେବା ଓ କ୍ରିଟିକାଲ୍ କେୟାର ଚିକିତ୍ସା ବାଧାପ୍ରାପ୍ତ ହୋଇଛି ।

ଗତକାଲି ଅପରାହ୍ଣରୁ ହସ୍ପିଟାଲର ପ୍ରାୟ ୫୦୦୦ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ତେବେ ତେବେ କରୋନା ସମୟରେ ଏପରି ଆନ୍ଦୋଳନକୁ ସ୍ଥଗିତ ରଖି ରୋଗୀସେବାରେ ନିୟୋଜିତ ହେବାକୁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନିବେଦନ କରିଛନ୍ତି। ତେବେ ନିର୍ଦ୍ଦେଶକଙ୍କ ଅନୁରୋଧକୁ  ନର୍ସମାନେ ତାହା ଗ୍ରହଣ କରିନାହାନ୍ତି ।

ଏନେଇ ଗୁଲେରିଆ କହିଛନ୍ତି ଯେ, ନର୍ସଙ୍କ ୨୩ଟି ଦାବିରୁ ପ୍ରାୟତଃ ଅଧିକାଂଶ ପୂରଣ ହୋଇଛି । ହେଲେ ଷଷ୍ଠ ବେତନ କମିଶନ ସୁପାରିଶ ଏବେ ବିଚାରାଧିନ ରହିଛି। ଏଣୁ କରୋନା ଭଳି ସଂକଟ ଭିତରେ ଆନ୍ଦୋଳନ ନ କରିବାକୁ ନିବେଦନ କରାଯାଇଥିଲେ ବି ନର୍ସମାନେ ଏହାକୁ ଗ୍ରହଣ କରିନାହାନ୍ତି । ନର୍ସମାନଙ୍କ ଯୁକ୍ତି ଯେ, ଖାଲି ହସ୍ପିଟାଲ କର୍ତ୍ତୃପକ୍ଷ ନୁହଁନ୍ତି ସରକାର ତାଙ୍କ ଦାବି ପୂରଣ ନେଇ ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

You might also like