କରୋନାକୁ ନେଇ ବ୍ୟସ୍ତ ହୁଅନି, ବରଂ କଣ କରିବାକୁ ପଡ଼ିବ, କହିଲେ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତାର ଉଗ୍ର ରୂପ ଧାରଣ କରିଛି। ମହାମାରୀ କୋଭିଡ୍‌କୁ କିପରି ସାଧାରଣ ଲୋକ ପ୍ରତିହତ କରିବେ, ଏନେଇ ନେଇ ଦେଶର ୪ ପ୍ରଖ୍ୟାତ ଡାକ୍ତର ଆଲୋଚନା କରିଛନ୍ତି। ଆଲୋଚନାରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସାମିଲ ହୋଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, AIIMSର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ୍ ମଧ୍ୟ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ମଧ୍ୟ ଭାଗ ନେଇଛନ୍ତି।

କରୋନା ସଂକ୍ରମଣକୁ କଣ କହିଲେ ଗୁଲେରିଆ:-
କରୋନାକୁ ନେଇ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ। ସମସ୍ତଙ୍କୁ ମଧ୍ୟ ହସ୍ପିଟାଲ ଆସିବାର ଆବଶ୍ୟକତା ନାହିଁ। ଘରେ ସଙ୍ଗରୋଧରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ଘରେ ଔଷଧ ଓ ଅକ୍ସିଜେନ୍ ଠୁଳ କରି ରଖନ୍ତୁନି। ଅକ୍ସିଜେନ୍ ସ୍ତର ୯୦-୯୨ରୁ କମିଲେ ଅକ୍ସିଜେନ୍‌ ଆବଶ୍ୟକ।
କଣ କହିଲେ ତ୍ରେହାନ:
ଆବଶ୍ୟକ ନଥିଲେ ହସ୍ପିଟାଲ ଆସନି। ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅ ଓ ଏହାସହ ଟେଷ୍ଟ କରାଅ। ଘରେ ଅନୁଲୋମ-ବିଲୋମ ଯୋଗ ଲାଭଦାୟକ। ବାହାରକୁ ବାହାରିଲେ ଦୁଇଟି ମାସ୍କ ପିନ୍ଧନ୍ତୁ। ବାହାରୁ ଘରକୁ ଫେରିଲେ ଲୁଗାପଟା ନିଶ୍ଚୟ ବଦଳାଅ।

You might also like