ଜୟଲଳିତାଙ୍କ ସମାଧି ପରିସରରେ ପୁଅର ବିବାହ ଆୟୋଜନ କଲେ AIADMK ନେତା

ଚେନ୍ନାଇ: ମୃତ୍ୟୁ ପରେ ବି ତାମିଲନାଡୁ ପୂର୍ବତନ ସ୍ୱଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଲୋକପ୍ରିୟତା କମି ନାହିଁ। ଏହାର ପ୍ରମାଣ ଅଳ୍ପଦିନ ତଳେ ଏଠାରେ ଘଟିଯାଇଥିବା ଏକ ଘଟଣାରୁ ଜଣାପଡ଼ିଛି। ଘଟଣାଟି ହେଲେ-ଜୟଲଳିତାଙ୍କ ଦଳ ଏଆଇଏଡିଏମ୍‌କେର ଜଣେ ନେତା ନିକଟରେ ତାଙ୍କର ଝିଅର ବାହାଘର କରୁଥିଲେ। ନେତାଙ୍କ ଝିଅ ବାହାଘର କିଛି ନୂଆ କଥା ନୁହେଁ। ତେବେ ଏହି ବାହାଘର ଏଥିପାଇଁ ଚର୍ଚ୍ଚାକୁ ଆସିଥିଲା ଯେ, ବାହାଘର ମେରିନା ବିଚ୍‌ରେ ଥିବା ଜୟଲଳିତାଙ୍କ ସମାଧି ପରିସରରେ ଆୟୋଜନ କରାଯାଇଥିଲା।

ଏହି ନେତା ଜଣକ ହେଲେ ଏଆଇଏଡିଏମଏକ୍ ନେତା ଭବାନୀଶଙ୍କର। ଭବାନୀଶଙ୍କରଙ୍କ ପୁଅ ସତୀଶଙ୍କ ସହ ଦୀପିକାଙ୍କର ବିବାହ ସ୍ଥିର ହୋଇଥାଏ। ବିବାହ ପାରମ୍ପରିକ ଶୈଳୀରେ ଆୟୋଜନ କରାଯାଇଥିଲା। ଏଥିପାଇଁ ଜୟଲଳିତାଙ୍କ ସମାଧିସ୍ଥଳକୁ ଫୁଲରେ ସଜା ଯାଇଥିଲା। ବର-କନ୍ୟା ସମାଧୀର ଦକ୍ଷିଣ ପାଖରେ ବସିଥିଲେ। ଏହି ବିବାହରେ ଦୁଇ ପକ୍ଷର ପରିଜନ ଓ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।

ଏହି ଅବସରରେ ଦିବଂଗତ ନେତ୍ରୀ ଜୟଲଳିତାଙ୍କ ସ୍ମୃତିରେ ଆଳତି କରାଯାଇଥିଲା। ଦଳପକ୍ଷରୁ କୁହାଯାଇଥିଲା ଯେ, ସମାଧି ପରିସରରେ ବିବାହ କରିବା ପାଇଁ ଜିଲ୍ଲା ପ୍ରଶାସନଠାରୁ ସ୍ୱତନ୍ତ୍ର ଅନୁମତି ନିଆଯାଇଥିଲା।

 

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like