ସପ୍ତାହେ ପାଇଁ ସଟଡାଉନ୍ ହେଲା ଏହି ସହର

ଅହମ୍ମଦାବାଦ : ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହେ ପାଇଁ ସଟଡାଉନ୍ ହୋଇଛି ଗୁଜରାଟର ଅହମ୍ମଦାବାଦ୍ ସହର । ଏହି ସଟ୍‌ଡାଉନ ସମୟରେ କ୍ଷୀର ଓ ଔଷଧ ଦୋକାନକୁ ବାଦ ଦେଲେ  ଅନ୍ୟ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ଖୋଲିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ସମ୍ପୂର୍ଣ୍ଣ କର୍ଫ୍ୟୁ ଭଳି ଦୋକାନ ବଜାର ବନ୍ଦ ହେବ। ଏହାସହ କର୍ଫ୍ୟୁ ଭଳି ହିଁ ନିୟମ ଲାଗୁ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। କେବଳ ଡାକ୍ତରଖାନା ଏହି ସମୟ ମଧ୍ୟରେ ଚାଲିବ। ତେବେ ଅତି ଜୁରୁରୀ ହେଲେ ହିଁ ଡାକ୍ତରଖାନା ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ଫୁଡ୍‌ ଡେଲିଭରି, ଅନ୍‌ଲାଇନ ସପିଂକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

କରୋନାରେ ମହାରାଷ୍ଟ୍ର ପରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଗୁଜରାଟ। ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସବୁଠାରୁ ଅଧିକ । ଏଠାରେ ୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଅହମ୍ମଦାବାଦ୍‌ରେ ୪ ହଜାର ୭୩୫ ମାମଲା ରହିଛି। ଏଠାରେ ୨୯୮ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଲାଣି। ଏଠାରେ ମୃତ୍ୟ ସହାର ୬.୧ରେ ପହଞ୍ଚିଲାଣି।

 

 

You might also like