ଜରିମାନା ଭୟରେ ଯୁବତୀ ଦେଲେ ଆତ୍ମହତ୍ୟା ଧମକ

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବା ପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା। ଗୋଟିଏପଟେ ସାଧାରଣ ଲୋକେ ଟ୍ରାଫିକ୍  ନିୟମ ଭାଙ୍ଗିଲେ ପୁଲିସ୍‌ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ଅନ୍ୟପଟେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ତେବ ଏସବୁ ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ଦିଲ୍ଲୀର ଜଣେ ଯୁବତୀ ଜରିମାନା ଭୟରେ ପୁଲିସ୍‌କୁ ଆତ୍ମହତ୍ୟାର ଧମକ ଦେଇଛନ୍ତି। ଶନିବାର ଦିନ ଦିଲ୍ଲୀରେ ଏହି ଘଟଣା ଘଟିଛି।

ଦିଲ୍ଲୀର କାଶ୍ମୀର ଗେଟ୍‌ ନିକଟରେ ସ୍କୁଟି ଚଲାଉଥିବା ଜଣେ ଯୁବତୀଙ୍କୁ ଟ୍ରାଫିକ୍‌ ପୁଲିସ୍‌ ଅଟକାଇଥିଲେ। ଏହାପରେ ଯୁବତୀ ଜଣକ ହଙ୍ଗାମା ଆରମ୍ଭ କରିଦେଇଥିଲେ।

ପୁଲିସ୍‌ର କହିବା ଅନୁଯାୟୀ, ଉକ୍ତ ଯୁବତୀଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ ଭାଙ୍ଗି ଯାଇଥିଲା। ଏହାସହ ସେ ଗାଡ଼ି ଚଲାଉଥିବା ସମୟରେ ଫୋନ୍‌ର ବ୍ୟବହାର ମଧ୍ୟ କରିଥିଲେ। ଏସବୁ ଯେତେବେଳେ ଟ୍ରାଫିକ୍‌ ପୁଲିସ୍‌ଙ୍କ ନଜରରେ ପଡ଼ିଲା ସେ ତାଙ୍କୁ ଅଟକାଇଥିଲେ। ଆଉ ଯେତେବେଳେ ଜରିମାନା କଥା ଉଠିଲା ଯୁବତୀ ଜଣକ ଆତ୍ମହତ୍ୟା କରିବା ପାଇଁ ଧମକ ଦେଇଥିଲେ।

କୁହାଯାଉଛି କି, ଯୁବତୀ ଜଣକ ଟ୍ରାଫିକ ପୁଲିସ୍‌ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ଯେତେବେଳେ ପୁଲିସ୍‌ ତାଙ୍କୁ ଯିବାକୁ ଦେଲାନାହିଁ, ତା’ପରେ ସେ ଆତ୍ମହତ୍ୟାର ଧମକ ଦେଇଥିଲେ। ଖାଲି ଏତିକି ନୁହେଁ କିଛି ସମୟ ପରେ ଯୁବତୀ ଜଣକ କାନ୍ଦିବା ମଧ୍ୟ ଆରମ୍ଭ କରି ଦେଇଥିଲେ ଓ ରାଗିକି ହେଲ୍‌ମେଟ୍‌ ବି ଫୋପାଡ଼ି ଦେଇଥିଲେ। ପାଖାପାଖି ୨୦ ମିନିଟ୍‌ର ଏଭଳି ଡ୍ରାମା ଚାଲିବା ପରେ ଶେଷରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲେ। ସେ ଘରୁ ଅଫିସ୍‌ ଯାଉଥିଲେ ବୋଲି ଜଣାପଡ଼ିଛି।

ସାରା ଦେଶରେ ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବା ପରେ ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ବି ଦେଖିବାକୁ ମିଳିଛି କେଉଁଠି ବାଇକ୍‌ ଚାଳକଙ୍କଠୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ତ ଆଉ କେଉଁଠି ଅଟୋ ଚାଳକଙ୍କୁଠୁ ୨୯ ହଜାର ଟଙ୍କା ଜରିମାନା ଏପରିକି କିଛି ଟ୍ରକ୍‌ ଚାଳକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଜରିମାନା ଆଦାୟ ହୋଇଛି।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like