‘ଚୀନର ଅସଲ ମୁଖା ଧୀରେ ଧୀରେ ଖୋଲୁଛି’

ଏଲଏସି ବିବାଦ ନେଇ ବାରମ୍ବାର ଆଲୋଚନା ସତ୍ତ୍ୱେ ଚୀନର ଦାଦାଗିରି କମୁନାହିଁ। ବାରମ୍ବାର ଏଲଏସିରେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି। ଭାରତୀୟ ସୀମାକୁ ନିଜର ବୋଲି ଦର୍ଶାଇବାକୁ ହୀନ ପ୍ରୟାସ କରିଆସୁଛି। ଏହାକୁ ନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେପଟେ କେବଳ ଭାରତ ନୁହେଁ ଅନ୍ୟ ପଡୋଶୀ ଦେଶ ମାନଙ୍କ ସହ ମଧ୍ୟ ଚୀନର ସୀମାବିବାଦ ଘନେଇଛି।

ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା। ଚୀନର ଏଭଳି ପଦକ୍ଷେପ ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ମୁଖା ଖୋଲୁଛି ବୋଲି ହ୍ୱାଇଟ ହାଉସ୍ ପ୍ରେସ ସଚିବ କହିଛନ୍ତି। ଏଥିସହ ଭାରତ ଓ ଚୀନ ସୀମାରେ ଦେଖାଦେଇଥିବା ଉତ୍ତେଜନା ଉପରେ ନଜର ରଖାଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ହ୍ୱାଇଟ ହାଉସ୍ ପ୍ରେସ ସଚିବ ଆହୁରି କହିଛନ୍ତି, ଆମେ ଚାହୁଁଛୁ ଉଭୟ ଭାରତ ଓ ଚୀନ୍ ଶାନ୍ତିପୂର୍ଣ୍ଣ ଭାବେ ସବୁର ସମାଧାନ କରନ୍ତୁ। ୭ ସପ୍ତାହ ଧରି ଲାଗିରହିଥିବା ବିବାଦକୁ ଆଦୌ ହାଲୁକାରେ ନିଆଯାଇପାରିବ ନାହିଁ। କେବଳ ଭାରତ କିମ୍ବା ଏସିଆ ନୁହେଁ। ବିଶ୍ୱର ଅନ୍ୟ କିଛି ସ୍ଥାନରେ ମଧ୍ୟ ଚୀନର ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିଛି, ଯାହାକୁ ଅଣଦେଖା କରିହେବ ନାହିଁ।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like