ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର

ନୂଆଦିଲ୍ଲୀ: ସପ୍ତାହକ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସାଂସଦ ଶଶି ଥରୁର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ୟ ଭାଷା ଶିଖିବା ଚ୍ୟାଲେଞ୍ଜକୁ ସାଂସଦ ଶଶି ଥରୁର ଗ୍ରହଣ କରିଛନ୍ତି।

ଶଶି ଥରୁର କହିଛନ୍ତି, ଏଥର ସେ ପ୍ରତ୍ୟେକ ଦିନ ହିନ୍ଦୀ, ଇଂରାଜୀ ଏବଂ ମାଲାୟାଲମରେ ଟ୍ୱିଟ୍‌ କରିବେ।

ଆଜିର ପ୍ରଥମ ଶବ୍ଦ ‘ବହୁଳବାଦ’ ବୋଲି ସେ ଟ୍ଵିଟ୍ କରିଛନ୍ତି। ଦେଶରେ ହିନ୍ଦୀ ଭାଷାର ଆଧିପତ୍ୟ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଥରୁର ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଶଶି ଥରୁର ଏବେ ତାଙ୍କ ସ୍ତ୍ରୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଫସିଛନ୍ତି। ସେ ସୁନନ୍ଦାଙ୍କୁ ହତ୍ୟା କରିଥିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଦାବି କରି କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଅନେକଥର ବିଜେପିକୁ ସମାଲୋଚନା କରିସାରିଛନ୍ତି ଥରୁର।

କିନ୍ତୁ ନିକଟରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରଥମେ ପି ଚିଦାମ୍ୱରମ ସ୍ୱାଗତ କରିଥିଲେ। ଏହାପରେ ଶଶି ଥରୁର ଏହାର ପ୍ରଶଂସା କରିଥିଲେ।

ସେହିପରି ଶଶୀ ଥରୁର ମଧ୍ୟ କହିଥିଲେ ମୋଦି ଯେତେବେଳେ କିଛି ଭଲ କଥା କୁହନ୍ତି କିମ୍ବା କରନ୍ତି, ସେତେବେଳେ ତାଙ୍କୁ ପ୍ରଶଂସା କରିଵା ଉଚିତ୍। ମୋଦିଙ୍କୁ ସବୁବେଳେ ବିରୋଧ କରିବା ଦ୍ୱାରା ବିରୋଧୀ ନିଜେ ଅଧିକ କ୍ଷତିରେ ପଡ଼ୁଛନ୍ତି ବୋଲି କହି ନିଜ ଦଳକୁ ପରୋକ୍ଷରେ ସମାଲୋଚନା କରିଥିଲେ। ତାଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ କେରଳ କଂଗ୍ରେସ ମଧ୍ୟ ତାଙ୍କୁ ଜବାବ ତଲବ କରିଥିଲା। ଅବଶ୍ୟ ଏହାପରେ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା କଂଗ୍ରେସ।

ଆହୁରି ମଧ୍ୟ ପଢ଼ନ୍ତୁ: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଶଶି ଥରୁର

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like