କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଟ୍ରମ୍ପଙ୍କ ପ୍ରସ୍ତାବ, ଯଦି …

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗତକାଲି ମଧ୍ୟରେ ଭେଟଘାଟ ହୋଇଛି। ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଇମ୍ରାନ୍ କାଶ୍ନୀର ପ୍ରସଙ୍ଗ ଉଠାଇଥିଲେ। ଯାହାକୁ ନେଇ ଟ୍ରମ୍ପ ସିଧାସିଧା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସହିତ ମୋର ଭଲ ସମ୍ପର୍କ। ଏହି ପ୍ରସଙ୍ଗରେ ତୃତୀୟ ପକ୍ଷ ସହିତ କଥା ହେବା ପାଇଁ ଭାରତ ରାଜି ନାହିଁ। ଆଗାମୀ ଦିନରେ କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ଆଗକୁ ଆସିବେ ବୋଲି ସେ ଆଶା ରଖିଥିବା କହିଛନ୍ତି।

ତେବେ ପୁଣିଥରେ କାଶ୍ମୀର ପ୍ରସଙ୍ଗରେ ନିଜର ପୁରୁଣା କଥାକୁ ସେ ଦୋହରାଇଥିଲେ। ଟ୍ରମ୍ପ କହିଥିଲେ, ଯଦି ଦୁଇ ପକ୍ଷ ରାଜି ହେବେ ତାହେଲେ ସେ ମଧ୍ୟସ୍ଥି କରିବା ପାଇଁ ରାଜି।

ରବିବାର ଆମେରିକାର ଟେକ୍ସାସର ହ୍ୟୁଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱର ସବୁଠୁ ବ୍ୟୟବହୁଳ କୁହାଯାଉଥିବା ଏହି କାର୍ଯ୍ୟକ୍ରମରେ ମୋଦି ଏବଂ ଟ୍ରମ୍ପଙ୍କ ବନ୍ଧୁତା ଦେଖିବାକୁ ମିଳିଥିଲା। ଉଭୟ ପରସ୍ପରକୁ ଆତଙ୍କବାଦ ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସହଯୋଗ କରିବେ ବୋଲି ଏହି ମଞ୍ଚ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ।

You might also like