ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା

ଡେହରାଡୁନ: ଉତ୍ତରାଖଣ୍ଡର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା। ଏହାଛଡ଼ା ସତପାଲଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କୁ ମିଶାଇ ୨୨ ଜଣ ସଂକ୍ରମିତ ହୋଇଥିବା ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଉତ୍ପଳ କୁମାର ସିଂହ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସତପାଲ ଗତ ୨୯ ତାରିଖରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ତେଣୁ ରାଜ୍ୟ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍ ପାଳନ କରିବାକୁ କୁହାଯାଇଛି।

ଶନିବାର ସତପାଲଙ୍କ ସ୍ତ୍ରୀ ଅମୃତା ରାୱତ୍ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟ ବିଭାଗ ମହାରାଜାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ତାଙ୍କ ଘରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ସାମ୍ପଲ୍‌ ଯାଞ୍ଚ ପାଇଁ ପଠାଇଥିଲା।

ସମ୍ପଲ୍‌ ଟେଷ୍ଟ ପରେ ଆସିଥିବା ରିପୋର୍ଟରେ କ୍ୟାବିନେଟ୍‌ ମନ୍ତ୍ରୀ ସତପାଲ ମହାରାଜାଙ୍କ ସହିତ ତାଙ୍କ ସାନ ପୁଅ, ସାନ ବୋହୂ, ବଡ଼ ବୋହୂ ଏମିତିକ ୫ ବର୍ଷର ନାତୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେହିଭଳି ମହାରାଜାଙ୍କ ଘରେ କାମ କରୁଥିବା ୧୭ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

You might also like