ବ୍ରିଟେନ୍‌ ପରେ ଏବେ ଭାରତରେ ବ୍ୟବହାର ହେବ କି ଫାଇଜର କରୋନା ଟିକା ?

ନୂଆଦିଲ୍ଲୀ: ବ୍ରିଟେନ୍‌ ଓ ବାହାରିନ୍‌ରେ ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରିବାକୁ ଫାଇଜରକୁ ଅନୁମତି ମିଳିବା ପରେ ଏବେ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି କମ୍ପାନୀ। ଫାଇଜର ଭାରତୀୟ ଶାଖା ପକ୍ଷରୁ ଏନେଇ ଡ୍ରଗ୍ସ କଣ୍ଟ୍ରୋଲ୍‌ର ଜେନେରାଲ୍‌ ଅଫ୍ ଇଣ୍ଡିଆ(DCGI)କୁ ଅନୁମତି ମଗାଯାଇଛି। ପ୍ରଥମ କରୋନା ଟିକା ଭାବେ ଫାଇଜର ବ୍ୟବହାର ପାଇଁ ଭାରତକୁ ଅନୁମତି ମାଗିଛି।

ଏନେଇ ଫାଇଜର ଫାର୍ମାସୁଟିକାଲ ଫାର୍ମ ପକ୍ଷରୁ ଡିସେମ୍ବର ୪ ତାରିଖରେ ଡିଜିସିଆଇକୁ ଦରଖାସ୍ତ ଦିଆଯାଇଛି। ଭ୍ୟାକ୍ସିନ୍‌ ମଗାଯାଇ ଭାରତରେ ବିତରଣ କରିବାକୁ ଦରଖାସ୍ତରେ ଅନୁମତି ମଗାଯାଇଛି ବୋଲି ପିଟିଆଇ ଖବର ପ୍ରକାଶ କରିଛି।

ବୁଧବାର ବ୍ରିଟିଶ ବିଶ୍ୱର ପ୍ରଥମ ଦେଶ ଭାବେ ଫାଇଜରକୁ କରୋନା ବିରୋଧରେ ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଆସନ୍ତା ସପ୍ତାହରୁ ବ୍ରିଟେନ୍‌ରେ ଏହାର ବ୍ୟବହାର ଆରମ୍ଭ ହୋଇଯିବ।

ଟିକା ସଂରକ୍ଷଣ ପାଇଁ ଅସୁବିଧା

ଫାଇଜର ଟିକା ସଂରକ୍ଷଣ ପାଇଁ  ବିଯୁକ୍ତ ୭୦ ସେଲ୍‌ସିୟସ୍‌ର ଶୀତଳମାତ୍ରା ଆବଶ୍ୟକ। ତେଣୁ ଭାରତ ଭଳି ରାଷ୍ଟ୍ରରେ ଫାଇଜର ଟିକା ଆମଦାନୀ କରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସାଧାରଣତଃ ଗ୍ରାମାଞ୍ଚଳ ଓ ଛୋଟ ଟାଉନ୍‌ଗୁଡ଼ିକରେ ଏପରି କୋଲ୍ଡ ଚେନ୍‌ କରିବା ବହୁ କଷ୍ଟକର ବ୍ୟାପାର ବୋଲି ଏକଥା ସରକାରୀସ୍ତରରେ ବି କୁହାଯାଇଛି। ଏପରିସ୍ଥଳେ ଫାଇଜର ଟିକାର ସଂରକ୍ଷଣ ଓ ବିତରଣ କଷ୍ଟକର ହୋଇପାରେ।

 

 

 

You might also like